ସିରାଜୁଦ୍ଦିନ୍ ଖଣିରେ ଡମ୍ପର ଦୁର୍ଘଟଣାରେ ଜଣେ ମୃତ୍ୟୁ

ଯୋଡା (ସମୀର କୁମାର ଦାସ) : ବଳଦା ପନଚାୟତ ତଥା ବାମେବାରୀ ଥାନା ଅଧିନସ୍ଥ ସିରାଜୁଦ୍ଦିନ୍ ଖଣିରେ ମଙ୍ଗଳବାର ଅପରାହ୍ନ ଏକ ଡମ୍ପର ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ଖବର ନେବାରୁ ଜଣାପଡିଛି ଯେ, ଅପରାହ୍ନ ପ୍ରାୟ ୧ ଘଟିକା ସମୟରେ ସିରାଜୁଦ୍ଦିନ୍ ଖଣିର ୫ନଂ କ୍ୱାରୀରୁ ଖଣିଜ ପରିବହନ କରି ଡମ୍ପର ନଂ ଓଆର୦୯ ଏମ ୭୭୪୫ ୫ନଂ ମୁଖ୍ୟ ଗେଟ୍ ଅଭିମୁଖେ ଆସୁଥିବା ବେଳେ ଖଣିର ଜଣେ ବ୍ୟକ୍ତିକୁ ଚାପି ଦେଇଥିଲା । ଫଳରେ ଘଟଣାସ୍ଥଳରେ ଉକ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା । ମାତ୍ର ଖଣିର ଅଧିକାରୀମାନେ ଘଟଣାଟିକୁ ଚପାଇ ଦେବାକୁ ଉଦ୍ୟମ କରି ମୃତ ବ୍ୟକ୍ତିକୁ ସେଠାରେ ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସ ଯୋଗେ ଉଠାଇ ନେଇ ନିଜସ୍ୱ ଚିକିତ୍ସାଳୟକୁ ନେଇଯାଇଥିବା ଏବଂ ଦୁର୍ଘଟଣା ଘଟାଇଥିବା ଡମ୍ପରଟିକୁ ଘଟଣାସ୍ଥଳରୁ ନେଇ ଆସି ବାହାରେ ଠିଆ କରିଦେଇଥିବା ଦେଖଣାହାରୀମାନେ ଅଭିଯୋଗ କରିଛନ୍ତି । ତେବେ ମୃତ ବ୍ୟକ୍ତିର ପରିଚୟ ପୋଲିସ ପାଇପାରିନଥିବା ପ୍ରକାଶ କରିଛି ଏବଂ ଏନେଇ ଅଧିକ ତଦନ୍ତ ଜାରି ରଖିଥିବା ବାମେବାରୀ ଥାନା ଓଆଇସି ଅମିତାବ୍ ଦାସ ସୂଚନା ଦେଇଛନ୍ତି ।

 

 

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ