ସିରିଜ ଦୁର୍ଘଟଣାରେ ତିନି ଆହତ

ହାଟଡ଼ିହି, (ବିକାଶ ବିଶ୍ୱାଳ):ଆନନ୍ଦପୁର-ଭଦ୍ରକ ରାସ୍ତାେରେ ଆଜି ସିଜି ଦୁର୍ଘଟଣା ଘଟାଇ ଏକ ବୋଲେରୋ ଗାଡି ଦ୍ରୁତଗତିରେ ଯାଇ ବନ୍ତ ଥାନାରେ ଧରାପଡିଛି । ଖବରରୁ ଜଣାଯାଇଛି ଯେ ଆଜି ମଧ୍ୟାହ୍ନରେ ଓଆର୦୫-୧କ୍ୟୁ-୧୧୩୪ ନମ୍ବର ବିଶିଷ୍ଟ ବୋଲେରୋ ଗାଡିଟି ଅନନ୍ଦପୁର ପଟୁ ଭଦ୍ରକ ଆଡକୁ ଦ୍ରୁତ ଗତିରେ ଯାଉଥିବା ସମୟରେ ପ୍ରଥମେ ବଞ୍ଚୋଛକ ନିକଟରେ ବଞ୍ଚୋ ଗାଁକୁ ବାଇକରେ ଯାଉଥିବା ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ମଙ୍ଗୁଲି ଗ୍ରାମର ଜିତେନ୍ଦ୍ର ନାୟକ ଓ ତାଙ୍କ ସ୍ତ୍ରୀ ସୀମାରାଣୀ ସାଙ୍କୁ ଧକ୍କା ଦେଇଥିଲା । ଏôତରେ ଜିତେନ୍ଦ୍ର ଓ ସୀମାରାଣୀ ଆହତ ହୋଇଛନ୍ତି । ସେହିପରି ପରେ ପରେ ଚୋରଗଡିଆ ଛକରେ ରାସ୍ତା କଡରେ ଠିଆ ହୋଇଥିବା ଜଣେ ବ୍ୟକ୍ତିଙ୍କୁ ବୋଲେରୋଟି ଧକ୍କା ଦେଇ ଦ୍ରୁତ ଗତିରେ ପଳାିଥିଲା । ତା ପଛେ ପଛେ କିଛି ଯୁବକ ବାଇକ ଧରି ଗାଡିଟିକୁ ଅଟକାଇବାକୁ ଯାଉଥିବା ଦେଖି ଗାଡି ଚଳାକ ଜଣକ ଆହୁରି ଦ୍ରୁତବେଗରେ ଯାଉଥିବା ସମୟରେ ଛେନାପଦିଛକରେ ରାସ୍ତାରେ ବସକୁ ଅପେକ୍ଷା କରି ଠିଆ ହୋଇଥିବା ଲୋକମାନେ ଗାଡିର ଗତିକୁ ଦେଖି ଯେ ଯୁଆଡେ ଦୌଡି ପଳାଇବାରୁ ଏକ ବଡଦୁର୍ଘଟଣାରୁ ରକ୍ଷା ପାଇଯାଇଥିଲେ । ପରେ ବୋଲେରୋଟି ଭଦ୍ରକ ଦ୍ରୁତ ଗତିରେ ଯାଉଥିବା ସମୟରେ ବନ୍ତ ଥାନା ପୁଲିସ ଗାଡିଟିକୁ ଜବଦ କରିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ