ମହିଳା ପରିଦର୍ଶିକା ଗଞ୍ଜାମ ଜିଲ୍ଲା ଶାଖା ପକ୍ଷରୁ ବିଭିନ୍ନ ଦାବୀ ନେଇ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ

ଛତ୍ରପୁର, (ଦେବଦତ୍ତ ମହାରଣା) : ବିଭିନ୍ନ ସମସ୍ୟା ନେଇ ଶିଶୁ ବିକାଶ ପ୍ରକଳ୍ପରେ କାର୍ଯ୍ୟରତ ଥିବା ଅଲ ଓଡିଶା ଚୁକ୍ତିଭିତ୍ତିକ ସ୍ନାତ୍ତକ ମହିଳା ପରିଦର୍ଶିକା ଗଂଜାମ ଜିଲ୍ଲା ସଂଘ ପକ୍ଷରୁ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଏକ ଲିଖିତ ଦାବି ପତ୍ର ଗଞ୍ଜାମ ଜିଲ୍ଲାପାଳଙ୍କ ଅନୁପସ୍ଥିତ ରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଲୀନା କୁମାରୀ ଖେସ୍ ଙ୍କୁ ଭେଟି ପ୍ରଦାନ କରିଛନ୍ତି । ଓଡିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ପତ୍ର ସଂଖ୍ୟା ୫୩୨/୪.୧୦.୨୦୦୮ ରିଖରେ ରାଜ୍ୟର ସମସ୍ତ ଜିଲ୍ଲାର ଜିଲ୍ଲାପାଳ ୫୫୭ ଜଣ ସ୍ନାତ୍ତକ ଶିକ୍ଷାଗତ ଯୋଗ୍ୟତା ଥାଇ ଅନ୍ୟୁନ ୫ ବର୍ଷ ଅଭିଜ୍ଞତା ଥିବା ଅଙ୍ଗନବାଡି କର୍ମୀ ମାନଙ୍କୁ ଠିକା ସୁପରଭାଇଜର ପଦବୀରେ ନିଯୁକ୍ତି ଦେଇଥିଲେ । ବର୍ତ୍ତମାନ ସେମାନଙ୍କ ଚାକିରିର କାର୍ଯ୍ୟକାଳ ୧୨ ରୁ ୧୩ ବର୍ଷ ବିତିଯାଇଥିଲେ ସୁଦ୍ଧା ସେମାନଙ୍କ ନିୟମିତ କରାଯାଇନାହିଁ । ଏଣୁ ଯେଉଁ ଦିନ ଠାରୁ ସେମାନଙ୍କୁ ଚୁକ୍ତିଭିତ୍ତିକ ନିଯୁକ୍ତି ଦିଆଗଲା ସେହି ଦିନ ଠାରୁ ସେମାନଙ୍କ ଚାକିରିକୁ ନିୟମିତ କରାଯାଇ ବାକି ଥିବା ଦରମା ପ୍ରଦାନ କରାଯାଉ, ସମ୍ବିଧାନର ଧାରା ୧୪ ଅନୁଯାୟୀ ସମାନ କାମକୁ ସମାନ ଦରମା ପ୍ରଦାନ କରାଯାଉ, କରୋନାରେ ମୃତ୍ୟୁ ବରଣ କରିଥିବା ସୁପରଭାଇଜରଙ୍କ ପରିବାରକୁ ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଉଥିବା ସମସ୍ତ ସୁବିଧା ଯୋଗାଇ ଦିଆଯାଉ । ପରିବାରର ଜଣଙ୍କୁ ଚାକିରି ପ୍ରଦାନ କରାଯିବା ସମେତ ବିଭିନ୍ନ ଦାବି ନେଇ ଶିଶୁ ବିକାଶ ପ୍ରକଳ୍ପରେ କାର୍ଯ୍ୟରତ ଠିକା ମହିଳା ପରିଦର୍ଶିକା ମାନେ ଗଞ୍ଜାମ ଅତିରିକ୍ତ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଏହି ଦାବି ପତ୍ର ପ୍ରଦାନ ବେଳେ ସଞ୍ଜୁକ୍ତା କୁମାରୀ ନନ୍ଦ, ନର୍ମଦା ବିଷୋୟୀ, ଉଷା ପଟ୍ଟନାୟକ, ଭାଗ୍ୟଲତା ମଣ୍ଡଳ, ପ୍ରବାସିନୀ ସାହୁ, ମମତା କୁମାରୀ ପଣ୍ଡା, ପଦ୍ମାବତୀ ଦେବୀ, ଜେ. ଲକ୍ଷ୍ମୀ, ଜୟନ୍ତି ଶବର, ଭାଗ୍ୟଲତା ସେନାପତି,ପ୍ରତିଭା ମହାନ୍ତିଙ୍କ ସମେତ ବହୁ ଠିକା ମହିଳା ପରିଦର୍ଶିକା ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ