ସିରିଡିସାଇ ମନ୍ଦିରରେ ସାଇଙ୍କ ଜନ୍ମଦିବସ ପାଳିତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ପବିତ୍ର ଗୁରୁ ପୂର୍ଣ୍ଣମା ତିଥୀରେ ଭଗବାନ ସିରିଡସାଇଙ୍କ ଜନ୍ମଦିବସ ପାଳନ ହୋଇଯାଇଛି । ଏଥିଲାଗି ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେଥିବା ସିରିଡିସାଇ ଧ୍ୟାନ ମନ୍ଦିରରେ ସାଇଙ୍କ ଜନ୍ମଦିବସ ମହାସମାରୋହରେ ପାଳିତ ହୋଇଥିବାର ଦେଖିବାକୁ ମିଳିଥିଲା ଏଥିନେଇ ସକାଳୁ ସାକୁ ଭକ୍ତଗଣ ସମବେତ ହୋଇ ସିରିଡିସାଇଙ୍କ ଜନ୍ମଦିବସକୁ ପାଳନ କରିଥିଲେ । ହଜାର ହଜାର ସଂଖ୍ୟାରେ ଭକ୍ତ ତଥା ଶ୍ରଦ୍ଧାଳୁମାନେ ସିରିଡିସାଇ ମନ୍ଦିରରେ ପହଞ୍ଚି ଦର୍ଶନ କରିଥିବାର ଦେଖିବାକୁ ମିଳିଥିବା ବେଳେ ମନ୍ଦିର ତରଫରୁ ମଧ୍ୟାହ୍ନ ସମୟରେ ୩ହଜାରରୁ ଉର୍ଦ୍ଧ ଭକ୍ତଙ୍କୁ ଅନ୍ନପ୍ରଦାସ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ମନ୍ଦିର କମିଟିର ବାଳକୃଷ୍ଣ ପଟ୍ଟନାୟକ, ଡ.ଶଙ୍କର ପ୍ରସାଦ ବକ୍ସି, ଶ୍ରୀନିବାସ ରାଓ ପ୍ରମୁଖ ପରିଚାଳନା କରିଥିବା ବେଳେ ଅନ୍ୟାନ୍ୟ ସଭ୍ୟସଭ୍ୟାମାନେ ପରିଚାଳନାରେ ସହଯୋଗ କରିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ, ଗତ ୨ବର୍ଷ ହେଲା କରୋନା କଟକଣା ଯୋଗୁଁ ଉଲ୍ଲେଖିତ ମନ୍ଦିରରେ କେବଳ ରୀତିନୀତିରେ ପୂଜାର୍ଚ୍ଚନା ହେଉଥିଲା । ହେଲେ ଚଳିତ ବର୍ଷ କଟକଣା ନଥିବା ଯୋଗୁଁ ଭକ୍ତ ବା ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଜମିଥିଲା ।


