ସିସିଡିକାର୍ଯ୍ୟାଳୟ ସଭା ଗୃହ ଠାରେ ତିନି ଦିନିଆ ୱାର୍ଡ ସଭ୍ୟସଭ୍ୟାଙ୍କ ପ୍ରାରମ୍ଭିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଘାଟିତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର ଏକ ଅଗ୍ରଣୀ ସ୍ବେଚ୍ଛା ସେବୀ ଅନୁଷ୍ଠାନ ସିସିଡ଼ି ଆନୁକୁଲ୍ୟରେ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ପ୍ରତିଷ୍ଠାନ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, ଓଡିଶା ସରକାରଙ୍କସହାୟତାରେୱାର୍ଡସଭ୍ୟସଭ୍ୟାଙ୍କ ନିମନ୍ତେ ତିନି ଦିନିଆ ପ୍ରାରମ୍ଭିକପ୍ରଶିକ୍ଷଣ କାର୍ଯ୍ୟକ୍ରମ ସିସିଡି ତାଲିମ କେନ୍ଦ୍ର ପାରଳାଖେମୁଣ୍ଡି ଠାରେ ଉଦଘାଟିତ ହୋଇଯାଇଛି । ଗୁମ୍ମା ବ୍ଲକ୍ ଅଧ୍ୟକ୍ଷା ସୁନେମି ମଣ୍ଡଳ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ।ଗୁମ୍ମା ବ୍ଲକ୍ ର ତରଙ୍ଗଡା, ଜିବା, ଝାମି ଏବଂନାମନଗଡ ପଞ୍ଚାୟତରୁ ୩୫ଜଣ ୱାର୍ଡ ସଭ୍ୟସଭ୍ୟା ଏହି କାର୍ଯ୍ୟକ୍ରମରେଉପସ୍ଥିତ ଥିଲେ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ପ୍ରତିଷ୍ଠାନ, ଓଡିଶା ସରକାରଙ୍କ ଦ୍ୱାରା ମନୋନୀତ ଦୁଇଜଣ ତାଲିମଦାତା ରବି ନାରାୟଣ ପାଇକରାୟ ଏବଂ ଲିଙ୍ଗରାଜ ପାଣିଗ୍ରାହୀ ମୁଖ୍ୟ ତାଲିମଦାତା ଭାବେ ଉପସ୍ଥିତ ରହି ସରକାରଙ୍କ ବିଭିନ୍ନ ଯୋଜନା ତଥା ୱାର୍ଡ ସଭ୍ୟସଭ୍ୟାଙ୍କ ଦାୟୀତ୍ୱ ଓ କର୍ତ୍ତବ୍ୟ ଉପରେ ତାଲିମ ଦେଇଥିଲେ ସରକାରଙ୍କ ତରଫରୁ ଜି.ସୁନିଲବାବୁ, ଜିଲ୍ଲା ଜଳ ଓ ପରିମଳ ବିଭାଗ ଏବଂ କାର୍ତ୍ତିକ ମହାପାତ୍ର, କୌଶଳବିକାଶ, ଜିଲ୍ଲା ପରିଷଦ, ଗଜପତି ରୁ ତାଲମିଦାତା ଭାବେ ଉପସ୍ଥିତ ରହି ସରକାରଙ୍କ ବିଭିନ୍ନ ଉନ୍ନୟନ ମୁଳକ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ ।ଏହି ତିନିଦିନିଆ କାର୍ଯ୍ୟକ୍ରମ ଆସନ୍ତା ୨୦ତାରିଖ ପର୍ଯ୍ୟନ୍ତ ଚାଲୁରହିବ ଓ ସରକାରଙ୍କ ବିଭିନ୍ନ ବିଭାଗ ର କାର୍ଯ୍ୟକ୍ରମ ଏବଂ ଉନ୍ନୟନ ମୁଳକ ଯୋଜନା ଉପରେ ଉପସ୍ଥିତ ୱାର୍ଡ ସଭ୍ୟସଭ୍ୟାଙ୍କୁ ତାଲିମ ଦିଆଯିବ । ତୃତୀୟ ଦିନରେ ତରଙ୍ଗଡା ପଞ୍ଚାୟତର ୩ଟି ଗ୍ରାମ ପରିଦର୍ଶନ କରି ସେହି ପଞ୍ଚାୟତରେ କିପରି ବିଭିନ୍ନ ଉନ୍ନୟନ ପଦକ୍ଷେପ ନିଆଯାଇଛି ତାହା ଅନୁଧ୍ୟାନ କରି ନିଜ ନିଜ ଗ୍ରାମପଞ୍ଚାୟତରେ ଉନ୍ନୟନ ମୁଳକ କାର୍ଯ୍ୟକ୍ରମ କୁକାର୍ଯ୍ୟକାରୀ କରିବେ ଏହି କାର୍ଯ୍ୟକ୍ରମକୁ ସିସିଡିର ସମସ୍ତ କର୍ମୀ ସହଯୋଗ କରିଥିଲେ ।