ସିସିଡି ପକ୍ଷରୁ କୋଭିଡ୍-୧୯ ପ୍ରଭାବିତଙ୍କୁ ସହାୟତା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସି.ସି.ଡି. ପକ୍ଷରୁ ଜିଲ୍ଲାର ରାୟଗଡ, ଆର୍.ଉଦୟଗିରି ବ୍ଲକରେ ଥିବା ୫୮ ଗ୍ରାମର ୫୦୦ଜଣ କୋଭିଡ-୧୯ ପ୍ରଭାବିତଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା । ସେହି ୫୦୦ ମଧ୍ୟରୁ ୪୦୦ ପରିବାର ଅତି ଗରିବ, ଭିନ୍ନକ୍ଷମ ଅସହାୟ ବୋଲି ଜଣାପଡିଛି । ସେହିପରି ୧୦୦ଜଣ ଗର୍ଭବତୀ ପ୍ରସୂତି ଏବଂ ପୃଷ୍ଟିହୀନ ଶିଶୁଙ୍କୁ ଚିହ୍ନଟ କରାଯାଇ ୪କେଜି ମାଣ୍ଡିଆ ଚୂନା, ଏକ କେଜି ଡାଲି, ଏକ ଲିଟର ଖାଇବା ତେଲ, ଲୁଣ, ହାତଧୁଆ ସାବୁନ, ମାସ୍କ ଇତ୍ୟାଦି ବଣ୍ଟନ କରାଯାଇଛି । ରାୟଗଡ ବ୍ଲକର ମାର୍ଲବା ପଞ୍ଚାୟତ ପରିସରରେ ମଣ୍ଡଳ ସାହି ସିସିଡି କ୍ଷେତ୍ର ଠାରେ ୧୨୨ ଏବଂ ଆର୍.ଉଦୟଗିରି ବ୍ଲକ ମଙ୍ଗରାଜପୁର ଗ୍ରାମପଞ୍ଚାୟତ ପରିସରରେ ୧୪୬ଜଣଙ୍କୁ ଏହିପରି ସହାୟତା କରାଯାଇଛି । ଏହି କାର୍ଯ୍ୟକ୍ରମରେ ସି.ସି.ଡି. ସମ୍ପାଦକ ଏ. ଜଗ୍ନାଥ ରାଜୁ ଯୋଗଦେଇଥିଲେ । ୩ମାସଧରି ତାଲା ବନ୍ଦ ଯୋଗୁଁ ବହୁ ପରିବାର ନିଜର ରୋଜଗାର ହରାଇବାବେଳେ ସି.ସି.ଡି. ପକ୍ଷରୁ ଏହିପରି ବଣ୍ଟନ କାର୍ଯ୍ୟ କରାଯାଇଛି ।


