ସି ପି ଆଇ ର ଜିଲ୍ଲା ସମ୍ମିଳନୀ
ନିମାପଡ଼ା, (ସନ୍ତୋଷ ଦାଶ ) :ଭାରତୀୟ କମ୍ୟୁନିଷ୍ଟ ପାର୍ଟି ତରଫରୁ ୨୩ତମ ପୁରୀ ଜିଲ୍ଲା ସମ୍ମିଳନୀ ନିମାପଡ଼ା ଟାଉନ ହଲ ଠାରେ ଉଦ୍ଘାଟିତ ହୋଇଯାଇଛି । ଦଳୀୟ କର୍ମୀ ଓ ନେତା ନିମାପଡ଼ା ଦୋଳବେଦୀ ଛକ ଠାରେ ଥିବା ସ୍ଵାଧୀନତା ସଂଗ୍ରାମୀ ତଥା ପୂର୍ବତନ ବିଧାୟକ ମୋହନ ଦାସ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରି ଏକ ପଟୁଆର ରେ ଟାଉନ ହଲ ପର୍ଯ୍ୟନ୍ତ ଯାଇଥିଲେ । ସେଠାରେ ଦଳୀୟ ପତାକା ଉତ୍ତୋଳନ କରିବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା ।ବାମନ ଚରଣ ମହାନ୍ତି ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମ୍ମିଳନୀରେ ବରିଷ୍ଠ ସି ପି ଆଇ ନେତା ସୋମନାଥ ପାତ୍ର, କ୍ଷୀରୋଦ ପ୍ରସାଦ ସିଂଦେଓ, ଆଶିଷ କାନୁନଗୋ ,ସନାତନ ପାତ୍ର ,କୃଷ୍ଣ ଚନ୍ଦ୍ର ରାଉତ,ପ୍ରଦୀପ୍ତ ମହାନ୍ତି, ଗୋଲେଖ ନାୟକ, ପ୍ରଫୁଲ୍ଲ ସାହୁ ,ପ୍ରଫୁଲ୍ଲ ମହାପାତ୍ର, ଗୋବର୍ଦ୍ଧନ ସାହୁ ,ସନ୍ତୋଷ ବେହେରା ସମେତ ୨୦୦ ରୁ ଉର୍ଦ୍ଧ କର୍ମୀ ଯୋଗ ଦେଇ ଥିଲେ । ସ୍ଵାମୀନାଥନ କମିଶନ ରିପୋର୍ଟ କାର୍ଯ୍ୟକାରୀ କରିବା , ସମସ୍ତ ବିଦ୍ୟୁତ୍ ଉପୋଭକ୍ତାଙ୍କୁ ୨୦୦ ୟୁନିଟ ପର୍ଯ୍ୟନ୍ତ ବିଦ୍ୟୁତ୍ ଶୁକ୍ଳ ଛାଡ଼ କରିବା ,କୃଷି ଋଣ ଛାଡ କରିବା, ଧାନ କୁଇଣ୍ଟ।ଲ ୩୦୦୦ ଟଙ୍କା କୁ ବୃଦ୍ଧି କରିବା ,୬୦ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କୁ ମାସିକ ୩୦୦୦ ଟଙ୍କା ପେନ୍ ସନ ଦେବା ପ୍ରଭୁତି ସମ୍ପର୍କରେ ଆଲୋଚନା କରାଯାଇଥିଲା ।ଆସନ୍ତା ୨୪ ତାରିଖରେ ଏହି ସମ୍ମିଳନୀ ଉଦଯାପିତ ହେବ ବୋଲି ସି ପି ଆଇ ରାଜ୍ୟ ସହସମ୍ପାଦକ କୃଷ୍ଣ ଚନ୍ଦ୍ର ରାଉତ ସୂଚନା ଦେଇଛନ୍ତି ।


