ସୀମାନ୍ତ କାଲିମେଳାରେ ବ୍ୟାସକବି ଫକୀରମୋହନ ସେନାପତିଙ୍କ ଶ୍ରାଦ୍ଧ ଦିବସ
ରାଇରଙ୍ଗପୁର, (ଅକ୍ଷୟ ବିଶ୍ୱାଳ): ଆଧୁନିକ ଓଡ଼ିଆ ଭାଷା ସାହିତ୍ୟର ପୁରୋଧା ଓଡ଼ିଆ ଜାତିର ସେନାପତି, ଛ’ମାଣ ଆଠଗୁଣ୍ଠ, ମାମୁଁ,ଲଛମା, ପ୍ରାୟଶ୍ଚିତ ଆଦି କାଳଜୟୀ ଉପନ୍ୟାର ଜନକ ରେବତୀ, ପେଟେଣ୍ଟ ମେଡିସିନ, ଡାକ ମୁନସୀ,ଧୂଳିଆ ବାବା ସଂସ୍କାରଧର୍ମୀ ଗଳ୍ପର ସ୍ରଷ୍ଟା, ବାଲେଶ୍ଵର ମିଶନ ସ୍କୁଲର ଆଦର୍ଶ ଶିକ୍ଷକ,ଭାଷା ପୁରୁଷ,, ଶାନ୍ତି ପୁରୁଷ, ଯଶ୍ୱଷୀ ସାହିତ୍ୟିକ ବ୍ୟାସକବିଙ୍କ ୧୦୩ ତମ ଶ୍ରାଦ୍ଧ ଦିବସ ଓଡ଼ିଶା ଦକ୍ଷିଣ ସିମାନ୍ତ ମାଲକାନଗିରି ଜିଲ୍ଲାର କାଲିମେଳା ଠାରେ ଯୁବ ପ୍ରାବନ୍ଧିକ ଅଧ୍ୟାପକ ଡଃ ପଦ୍ମଲୋଚନ ରାଉତଙ୍କ ବାସ ଭବନରେ କୁନି କୁନି ପିଲାଙ୍କୁ ଗହଣରେ କରୋନା କଟକଣା ଓ ସାମାଜିକ ଦୂରତା ନେଇ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପଦ୍ମଲୋଚନ ରାଉତଙ୍କ ସମସ୍ତେ ଫକିରମୋହନଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଗତିର ଶ୍ରଦ୍ଧାଂଜଳି ଜ୍ଞାପନ କରିଥିଲେ ।ତାପରେ ସମସ୍ତେ ଓଡ଼ିଶାର ରାଜ୍ୟ ସଂଗିତ ବନ୍ଦେ ଉତ୍କଳଜନନୀ ଗାନ କରିଥିଲେ । ପଦ୍ମଲୋଚନ ସାର୍ ଫକିରମୋହନଙ୍କ ବାଲ୍ୟ ଜୀବନ ଏବଂ ଓଡିଆ ଜାତିର ପ୍ରତି ତାଙ୍କର ଅବଦାନ କହିଥିଲେ ।ପରେ ଅନୁଷ୍ଠାନର ସଂପାଦିକା କବୟିତ୍ରୀ ରାଜଲକ୍ଷ୍ମୀ ସିଂ ରାଉତ ଫକିର ମୋହନଙ୍କ ଅମର ଗାଥାକୁ ପିଲାମାନଙ୍କୁ ସରଳ ଭାଷାରେ ବୁଝାଇଥିଲେ ।ଏହି କାର୍ଯ୍ୟକ୍ରମରେ ଆଂଶିକା,ନିକିତା,ସିଦ୍ଧି,ଜିରା,ସାଇ,ଦେବୁ,ସାପଟି,ନୈନା ,ସୌରଭ,ଅଭିଯୋଗ ପ୍ରମୁଖ ଛୋଟ ପିଲା ଅଂଶ ଗ୍ରହଣ କରିଥିଲେ ।