ସୁଇମିଂ ପୁଲ୍ ଓ ବ୍ୟାଡ୍‌ମିଣ୍ଟନ ପରିଚାଳନା କମିଟି ବୈଠକ

ଛତ୍ରପୁର,(ଦେବଦତ୍ତ ମହାରଣା) : ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ଛତ୍ରପୁର ସୁଇମିଂ ପୁଲ୍ ଓ ବ୍ୟାଡମିଣ୍ଟନ (ଛତ୍ରପୁର କ୍ଲବ) ପରିଚାଳନା କମିଟି ବୈଠକରେ ସ୍ଥିର ହୋଇଛି । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା । ମିଳିଥିବା ସୂଚନା ‌ଅନୁଯାୟୀ, ପ୍ରତ୍ୟେକ ସପ୍ତାହର ସୋମବାର ଛୁଟି ଥିବା ବେଳେ ବାକି ଦିନ ସକାଳ ୬ ଟାରୁ ଘଣ୍ଟାଏ ଲେଖାଁଏ ୧୧ ଘଣ୍ଟା ପର୍ଯ୍ୟନ୍ତ ୫ଟି ସ୍ଲୋଟ୍ ଖେଳାଯିବ । ସେହିପରି ଅପରାହ୍ନ ସାଢେ ୩ଟାରୁ ରାତି ସାଢେ ୮ଟା ପର୍ଯ୍ୟନ୍ତ ଘଣ୍ଟାଏ ଲେଖାଁଏ ୫ଟି ସ୍ଲୋଟ୍ ଥିବାବେଳେ ସାଢେ ୫ଟା ରୁ ସାଢେ ୬ଟା ପର୍ଯ୍ୟନ୍ତ କେବଳ ମହିଳାମାନଙ୍କ ପାଇଁ ସ୍ଥିର ହୋଇଛି । ବ୍ୟାଡମିଣ୍ଟନ ଖେଳିବା ପାଇଁ ଜଣେ ବ୍ୟକ୍ତି ପ୍ରଥମେ ୧୦୦୦ ଟଙ୍କା ଦେଇ ପଞ୍ଜୀକରଣ ହେବା ସହିତ ମାସିକ ୫୦୦ ଟଙ୍କା ଫି ଦେବାକୁ ହେବ । ସେହିପରି ୧୫ବର୍ଷ ରୁ କମ୍ ଛାତ୍ରଙ୍କ ପାଇଁ ପଞ୍ଜୀକରଣ ବାବଦରେ ୩୦୦ ଟଙ୍କା ଓ ଛାତ୍ରୀଙ୍କ ପାଇଁ ୨୦୦ ଟଙ୍କା ଏବଂ ୧୫ ବର୍ଷରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କ ପାଇଁ ୫୦୦ ଟଙ୍କା ସ୍ଥିର କରାଯାଇଛି । ସେହିପରି ଲଗାତର ୪ ମାସ ମାସିକ ଫି ନ ଦେଲେ ସେ ପଞ୍ଜୀକରଣ ସଦସ୍ୟରୁ ରଦ୍ଦ ହେବେ । ଏଥିସହ ଏହି ବ୍ୟାଡମିଣ୍ଟନ ଷ୍ଟାଡିୟମ ପରିସରରେ ଚେସ୍ ଏବଂ ଯୋଗ କ୍ରୀଡାକୁ ଅଂଶୀଦାର କରିବାକୁ ପରିଚାଳନା କମିଟି ବୈଠକରେ ସ୍ଥିର ହୋଇଥିଲା । ସେହିପରି କର୍ପୋରେଟ ସଂସ୍ଥା ପକ୍ଷରୁ ୨ ଲକ୍ଷ ଟଙ୍କା ସହାୟତା ଦେଇ ୧୦ ଜଣ ସଦସ୍ୟ, ୧ ଲକ୍ଷ ଟଙ୍କା ଦେଲେ ୫ଜଣ ସଦସ୍ୟ ବ୍ୟାଡମିଣ୍ଟନ ଖେଳିବାରେ ସୁବିଧା ପାଇପାରିବେ ବୋଲି ନିଷ୍ପତ୍ତି ହୋଇଥିଲା । ପୂର୍ବରୁ ସୁଇମିଂ ପୁଲ୍‌ରେ ସନ୍ତରଣ କରିବା ପାଇଁ ନିର୍ଦ୍ଧାରିତ ହୋଇଥିବା ସମୟ ଏବଂ ଦରଧାର୍ଯ୍ୟ ବଳବତ୍ତର ରଖାଯାଇଛି । ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ଛତ୍ରପୁର ଠାରେ ହକି ଆଷ୍ଟ୍ରୋ ଟର୍ଫ ନିର୍ମାଣ ଲାଗି ଜମି ଚିହ୍ନଟ ପ୍ରକ୍ରିୟା ସରିଛି । ଛତ୍ରପୁର ପୁଲିସ ହାଇସ୍କୁଲ ନିକଟ ଲିଙ୍ଗରାଜପୁର ମୌଜାର ୩ ଏକର ଜମିକୁ ଚିହ୍ନଟ କରାଯାଇଛି । ଏହାକୁ ଖୁବ୍ ଶୀଘ୍ର ରାଜ୍ୟ ସରକାରଙ୍କୁ ନିକଟକୁ ପଠାଯିବ ବୋଲି ଜିଲ୍ଲାପାଳ କହିଥିଲେ । ଛତ୍ରପୁର ଠାରେ ଏକ ବାସ୍କକେଟ୍ ବଲ୍ କୋର୍ଟ କରିବା ନିମନ୍ତେ ଛତ୍ରପୁର ଉପଖଣ୍ଡ କ୍ରୀଡା ସଂଘର ସଭାପତି ପ୍ରଫୁଲ କୁମାର ପଟ୍ଟନାୟକ ବୈଠକରେ ପ୍ରସ୍ତାବ ଦେଇଥିଲେ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଦେ ଦତ୍ତାତ୍ରେୟ ଭାଉସାହେବ, ଅତିରିକ୍ତ ଜିଲ୍ଲାପାଳ ଅମୀୟ କୁମାର ସାହୁ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଜିଲ୍ଲା କ୍ରୀଡା ଅଧିକାରୀ ପ୍ରଶାନ୍ତ କୁମାର ସାହୁ, ଛତ୍ରପୁରର ସମସ୍ତ ବ୍ୟାଙ୍କ ଓ କର୍ପୋଟର ସଂସ୍ଥାର କର୍ତ୍ତୃପକ୍ଷ, ଗଞ୍ଜାମ ଜିଲ୍ଲା କ୍ରୀଡା ସଂଘର ସଂପାଦକ ଅଶୋକ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ