ସୁକତେଲ ମହୋତ୍ସବ ଉଦ୍ଯାପିତ
ବଲାଙ୍ଗିର, (ଯୁଗାବ୍ଦ ନ୍ୟୁଜ):ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ବାନ୍ଧନଘୋର ଗ୍ରାମ ଶ୍ରୀରାମ ମନ୍ଦିର ପ୍ରାଙ୍ଗଣ ପଡିଆରେ ନେସନାଲ ସର୍ଭିସ୍ ଫାଉଣ୍ଡେସନ ଓ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଓଡିଶା ସରକାର ଅନୁକୁଲ୍ୟ ରେ ଆୟୋଜିତ ସୁକତେଲ ମହୋତ୍ସବ ଉଦ୍ଯାପିତ ହୋଇଯାଇଛି । ଏହି ମହୋତ୍ସବର ତୃତୀୟ ସନ୍ଧ୍ୟାର ସାଂସ୍କୃତିକ କାର୍ଯ୍ୟକ୍ରମ ସମସ୍ତଙ୍କ ମନ ମୋହି ନେଇଥିଲା ବଲାଙ୍ଗିର ର ସୁନାମଧନ୍ୟ ଅନୁଷ୍ଠାନ ସଂଜ୍ୟୋତ କଳାକେନ୍ଦ୍ର ନିର୍ଦ୍ଦେଶିକା ତଥା ନୃତ୍ୟ ଗୁରୁ ସଂଗିତା ଦାଶ ଙ୍କ ମଡୁଆଶାଳ, ପଂଚରଶି, ଡାଲଖାଇ ଆଦି ଲୋକ ନୃତ୍ୟ ଓ ଲୋକ ଗୀତ l ମଡୁଆଶାଳ ର ବିଶେଷ ଆକର୍ଷଣ ବିହା ବେଦିରେ ମଡୁଆ ମାରିବା ଠୁ ନେଇ ଝିଅ ଶାଶୁ ଘର ଯିବା ପର୍ଯ୍ୟନ୍ତ ଲୋକ ଗୀତ ଓ ଲୋକନୃତ୍ୟ ମାଧ୍ୟମରେ ପରିବେଷଣ କରାଯାଇଥିଲା l ଦଣ୍ଡନୃତ୍ୟ, ରାମଲିଳା, ଆଦିବାସୀ ନୃତ୍ୟ, କିର୍ତ୍ତନ ପାର୍ଟି ସହ ବହୁ କଳାକାର ଯୋଗ ଦେଇଥିଲେ । ମୁଖ୍ୟତଃ ସଂସ୍କୃତି ଗବେଷକ ନବୀନ କୁଅଁର, ବ୍ୟାସଦେବ ପୁରୋହିତ, ଶାଶ୍ଵତ ତ୍ରିପାଠୀ, ମୁରଲିଧାରୀ ପତି, କପିଳେଶ୍ୱର ଖମାରୀ, ମଧୁସୁଦନ ନାୟକ ଙ୍କ ଉପସ୍ଥିତି ବହୁ କଳାକାରଙ୍କୁ ଉତ୍ସାହିତ କରିଥିଲା । ବରେଣ୍ୟ ଅତିଥି ବିଜେପି ନେତା ଗୋପାଳଜୀ ପାଣିଗ୍ରାହୀ , ଅମଜିତ ପଟେଲ ଓ ପୁରୁଷୋତ୍ତମ ସାହୁ ସମସ୍ତ କଳାକାରଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।
ଉଦ୍ଯାପନି ସନ୍ଧ୍ୟାରେ ପୂର୍ବତନ ମନ୍ତ୍ରୀ ଅନଙ୍କ ଉଦୟ ସିଂହଦେଓ, ବରେଣ୍ୟ ଅତିଥି ଉପ-ଜିଲ୍ଲାପାଳ ଆଲୋକ ରଂଜନ ପଟେଲ, ଗୋଲାପ ବାଗ, ଦେଓଗାଁ ବିଡ଼ିଓ ପ୍ରମୁଖ ମଂଚାସିନ ହୋଇଥିଲେ । ବିଶିଷ୍ଟ କଳାକାର ଦଣ୍ଡ ଶିରୋମଣୀ ସାନନ୍ଦ ସିକା, ବିଶିଷ୍ଟ ସମାଜସେବୀ ଲୋକନାଥ କୁମୁରା ଚୁଡ଼ାପାଲି, ମୋର ସମିଆ ରିପୋର୍ଟର ନିବେଶ ପାଣିଗ୍ରାହୀ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସାଂସ୍କୃତିକ ସନ୍ଧ୍ୟାରେ ଆର.ଆର. କଲୋନି ଡୁଙ୍ଗୁରିପାଲି, ଘୁଙ୍ଗୁରୁ କଳାପରିଷଦ , ଦେଓଗାଁ ବିଡିଓ, ବିଶିଷ୍ଟ କଣ୍ଠ ଶିଳ୍ପୀ ପ୍ରତାପ ସାହୁ କଳା ପରିବେଷଣ କରିଥିଲେ । ଆୟୋଜକ କମିଟି ସଭାପତି ବିଧୂଭୂଷଣ ସିଂଦେଓ, ସଂପାଦକ ପ୍ରଣୟ ଆନନ୍ଦ ତ୍ରିପାଠି, ଆବାହକ ଚିଙ୍କୁ ପ୍ରଧାନ, , ଉପଦେଷ୍ଟା ମଳୟ ଆନନ୍ଦ ତ୍ରିପାଠି, ସୁକତେଲ ମହୋତ୍ସବ ର ଉଦ୍ୟୋକ୍ତା ସଂଜୟ ଆନନ୍ଦ ତ୍ରିପାଠି, ସଂଯୋଜକ ସତ୍ୟନାରାୟଣ ଗହିର, ଉପ ସଭାପତି ସୁବଲ ଗୁରହାଣ୍ଡି, ସୁରେଶ ମେହେର, କାର୍ଯ୍ୟ କ୍ରମ ନିଷ୍ପଦକ ହାଡିବନ୍ଧୁ ତ୍ରିପାଠି ପ୍ରମୁଖ ନେତୃତ୍ୱ ନେଇଥିଲେ ଏବଂ ସଂଯୋଜକ ସଂଗଠକ ଜୟକୃଷ୍ଣ ମିଶ୍ର ଧନ୍ୟବାଦ୍ ଜ୍ଞାପନ କରିଥିଲେ l
।