ସୁଦର୍ଶନ ଏସଏଚଜି ଗ୍ରୁପ୍ ପକ୍ଷରୁ ମାସ୍କ ବଂଟନ
ଛତ୍ରପୁର (ଓ୍ବାଇଏନ୍ଏସ୍) : ଛତ୍ରପୁର ଏନଏସି ଅନ୍ତର୍ଗତ ୧୦ ନମ୍ବର ୱାର୍ଡର ଶଙ୍କର ମଠ ସାହି ସ୍ଥିତ ପାଣି କଲୋନୀର ମା’ ସୁଦର୍ଶନ ଏସଏଚଜି ଗ୍ରୁପ୍ ମାଧ୍ୟମରେ ପ୍ରସ୍ତୁତ କରାଯାଇଥିବା ୨୦୦ରୁ ଉର୍ଦ୍ଧ୍ୱ ମାସ୍କ ସୋମବାର ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଂଜନ ପୃଷ୍ଟିଙ୍କୁ ଭେଟି ଗ୍ରୃଫର କର୍ମକର୍ତାମାନେ ପ୍ରଦାନ କରିଛନ୍ତି । ସେମାନେ କହିଛନ୍ତି ଯେ, ଏହି ମାସ୍କ ଗରିବ, ନିରାଶ୍ରୟ ବ୍ୟକ୍ତି ମାନଙ୍କୁ ପ୍ରଦାନ କରାଯାଉ । ପୂର୍ବରୁ ଏହି ଏସଏଚଜି ଗ୍ରୁପ୍ ଦ୍ୱାରା ଏନଏସିର ବିଭିନ୍ନ କ୍ଷୁଦ୍ର ପନିପରିବା ବ୍ୟବସାୟୀ ଏବଂ ଯାତ୍ରୀ ମାନଙ୍କୁ ମାସ୍କ ବଂଟନ କରିଥିଲେ । ଏହି ଗ୍ରୁପ୍ ୱାର୍ଡର ବିଭିନ୍ନ ଘରକୁ ଘର ବୁଲି କରୋନା ମୁକାବିଲା ନେଇ ସଚେତନ କରି ଆସୁଛନ୍ତି । ଏହି ମାସ୍କ ପ୍ରଦାନ ବେଳେ ମା ସୁଦର୍ଶନ ଏସଏଚଜି ଗ୍ରୁପ୍ ର ସଭାନେତ୍ରୀ ଡି. ଯମୁନା ରେଡ୍ଡି, ସମ୍ପାଦିକା ପ୍ରଣିତା ପାଢି, ଲକ୍ଷ୍ମୀ ସାହୁ , ରଞ୍ଜିତା ପାଣି, ମହାସଂଘର ସଭାନେତ୍ରୀ ପୂର୍ଣ୍ଣବାସୀ ମହାପାତ୍ର, ସ୍ୱଚ୍ଛ ସାଥୀ ସୁଜାତା ପଣ୍ଡା, ଅଙ୍ଗନବାଡ଼ି କର୍ମୀ ମଂଜୁବାଳା ପାଣିଗ୍ରାହୀ, ପ୍ରମୁଖ ଉପସ୍ଥିତ ଥିଲେ ।