ସୁଦୂର ତେଲେଙ୍ଗାନାରୁ ଆସି ପାରଳା ଜଗନ୍ନାଥ ମନ୍ଦିର ନିର୍ମାଣ ପାଇଁ ସହାୟତାର ହାତ ବଢ଼ାଇଲେ ପ୍ରମିଳା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ସୁଦୂର ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦରୁ ପାରଳାଖେମୁଣ୍ଡି ଆସି ଶ୍ରୀଜଗନ୍ନାଥ ମନ୍ଦିର ନିର୍ମାଣ ପାଇଁ ସହାୟତାର ହାତ ବଢ଼ାଇଛନ୍ତି ଅବସରପ୍ରାପ୍ତ ଶିକ୍ଷୟତ୍ରୀ ପ୍ରମିଳା ସାବତ. ଶ୍ରୀମତୀ ସାବତ ଗଜପତି ଜିଲ୍ଲା କାଶୀନଗର ବ୍ଲକରେ ବିଗତ୨୦ ବର୍ଷ ତଳେ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟ କରି ଅବସର ଗ୍ରହଣ କରିବା ପରେ ତାଙ୍କ କନିଷ୍ଟ ପୁତ୍ରଙ୍କ ସହ ହାଇଦ୍ରାବାଦ ଠାରେ ଅବସ୍ଥାନ କରି ଆସୁଛନ୍ତି. ତାଙ୍କରି ଚାକିରୀ କାଳ ସମୟରେ ପାରଳାଖେମୁଣ୍ଡି ସହରରେ ଅବସ୍ଥାନ କରୁଥିଲେ. ସେହି ସମୟରେ ପାରଳା ଜଗନ୍ନାଥ ମନ୍ଦିରକୁ ପ୍ରତେକ ଦିନ ଯାଇ ୩ ଦିଅଁଙ୍କୁ ପୂଜାଅର୍ଚ୍ଚନା ଦର୍ଶନ କରୁଥିଲେ. ପାରଳାଖେମୁଣ୍ଡି ସହର ପ୍ରତି ତାଙ୍କର ଆନ୍ତରିକ ସେହ୍ନ ଓ ମମତା ରହି ଆସିଛି. ଏଥିସହ ପାରଳାର ଶ୍ରୀଜଗନ୍ନାଥଙ୍କର ସେ ପରମ ଭକ୍ତ ଥିଲେ. ବର୍ତ୍ତମାନ ଶ୍ରୀଜଗନ୍ନାଥଙ୍କ ନୂତନ ମନ୍ଦିର ନିର୍ମାଣ କାର୍ଯ୍ୟ ପାରଳାଖେମୁଣ୍ଡି ଠାରେ ଆରମ୍ଭ ହୋଇଥିବା ପ୍ରମିଳା ସାବତ ଜାଣିବାକୁ ପାଇବା ପରେ ବିଶେଷ ଆନନ୍ଦିତ ହେବା ସହ ଏଥିରେ ନିଜକୁ ସାମିଲ କରିବା ପାଇଁ ସୁଦୂର ହାଇଦ୍ରାବାଦ ଠାରୁ ପାରଳାଖେମୁଣ୍ଡି ପହଞ୍ଚିଲେ. ଏଠାରେ ଶ୍ରୀଜଗନ୍ନାଥ ମନ୍ଦିରକୁ ତାଙ୍କ ବଡ଼ ଭାଇ ଅବସରପ୍ରାପ୍ତ ଯନ୍ତ୍ରୀ ଲକ୍ଷ୍ମୀ ନୃସିଂହ ରଥଙ୍କ ସହ ଯାଇ ୩ ଦିଅଁଙ୍କୁ ଦର୍ଶନ କରି ପୂଜାଅର୍ଚ୍ଚନା କରିଥିଲେ. ପରେ ଶ୍ରୀ ଜଗନ୍ନାଥଙ୍କ ନୂତନ ମନ୍ଦିର ନିର୍ମାଣ ପାଇଁ ୫୦ ହଜାର ୧ଟଙ୍କା ମନ୍ଦିର ନିର୍ମାଣ କମିଟିକୁ ପ୍ରଦାନ କରି ନୂତନ ମନ୍ଦିର ନିର୍ମାଣ ପାଇଁ ସହାୟତର ହାତ ବଢ଼ାଇଥିଲେ. ପାରଳା ଜଗନ୍ନାଥ ମନ୍ଦିର ନିର୍ମାଣ କମିଟିର ସଦସ୍ୟ ତଥା ଜଗନ୍ନାଥଙ୍କ ଭକ୍ତ ଦୁର୍ଗା ମାଧବ ପାଣିଗ୍ରାହୀଙ୍କ ସମେତ କମିଟିର ବିଭିନ୍ନ ସଦସ୍ୟ ପ୍ରମିଳା ସାବତଙ୍କ ଜଗନ୍ନାଥ ମନ୍ଦିର ନିର୍ମାଣ ପାଇଁ ଏଭଳି ସହଯୋଗର ହାତ ବଢ଼ାଇ ଥିବାରୁ ତାଙ୍କୁ ସାଧୁବାଦ ଜଣାଇଛନ୍ତି.