ରବୀନ୍ଦ୍ର ମଣ୍ଡପରେ ମନମୋହିଲା ଗଜପତିର ନୃତ୍ୟ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଭୁବନେଶ୍ୱର ସ୍ଥିତ ରବୀନ୍ଦ୍ର ମଣ୍ଡପ ଠାରେ ଆୟୋଜିତ ହୋଇଥିବା ରାଜ୍ୟ ସ୍ତରୀୟ ଓଡିଶା ଦିବସ ସମାରୋହରେ ନୃତ୍ୟ ପରିବେଷଣ କରିଥିଲେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି କ୍ରିଏଟିଭ ଆର୍ଟସ୍ ର କଳାକାର ମାନେ, କାର୍ଯ୍ୟକ୍ରମ କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଥିବା ବେଳେ ବିଧାନସଭା ବାଚସ୍ପତି ଓ ଅନ୍ୟାନ୍ୟ ମନ୍ତ୍ରୀ ଓ ସଚୀବ ମାନେ ଉପସ୍ଥିତ ଥିଲେ, ଓଡ଼ିଶାର ଏକ ମାତ୍ର ନୃତ୍ୟଦଳ କୁ ଏହି କାର୍ଯ୍ୟକ୍ରମ ରେ ଆଦିବାସୀ ନୃତ୍ୟ ପରିବେଷଣ କରିବା ପାଇଁ ସୁଯୋଗ ଦିଆ ଯାଇଥିବା ବେଳେ ଅନ୍ୟ ଜିଲ୍ଲା ରୁ ଆସିଥିବା କଳାକାର ଓଡ଼ିଶୀ ନୃତ୍ୟ ଓ ସୁଗମ ସଙ୍ଗୀତ ପରିବେଷଣ କରିଥିଲେ| ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ଦ୍ଵାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା, ଅନୁଷ୍ଠାନ ର ବରିଷ୍ଠ ନୃତ୍ୟ କଳାକାର ସୁଦାମ ବରାଡ ଙ୍କ ନେତୃତ୍ଵରେ ଶିବ ପ୍ରଧାନ, କିଶୋର ଦାସ, ସତ୍ୟ ଆପଟ, ମୋନଜ ପାଣି ଓ ଅନ୍ୟାନ୍ୟ କଳାକାର ମାନେ ଲାଞ୍ଜିଆ ସଉରା ନୃତ୍ୟ ପରିବେଷଣ କରିଥିବା ବେଳେ ହରିହର ପଟନାୟକ, ଜ୍ଞାନ ରଞ୍ଜନ ଦାସ, ପ୍ରତ୍ୟୁଷ ପଣ୍ଡା କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ। ରାଜ୍ୟସ୍ତରୀୟ ସମାରୋହରେ ଓଡ଼ିଶାରୁ ଏକ ମାତ୍ର ସାଂସ୍କୃତିକ ଦଳ ଗଜପତି ରୁ ଯାଇ ଆଦିବାସୀ ନୃତ୍ୟ ପରିବେଷଣ କରିଥିବା ଯୋଗୁଁ ସ୍ଥାନୀୟ କଳାକାର ଙ୍କ ମହଲରେ ଖୁସୀ ପ୍ରକାଶ ପାଇଛି, କଳାକାର ମାନଙ୍କୁ ଜିଲ୍ଲାବାସୀ ଶୁଭେଚ୍ଛା ଜଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ