ସୁଦୃଢ଼ରେ ବନ୍ଦ ହେଲା ସେନ୍ସେକ୍ସ

ନୂଆଦିଲ୍ଲୀ, (ଏଜେନ୍ସି): ଶେୟାର ବଜାର କାରବାର ସପ୍ତାହର ପ୍ରଥମ ଦିନରେ ସୁଦୃଢ଼ ହୋଇ ବନ୍ଦ ହୋଇଛି । ସୋମବାର କାରବାର ଶେଷ ସୁଦ୍ଧା ବିଏସ୍ଇର ୩୧ ଶେୟାର ଯୁକ୍ତ ପ୍ରମୁଖ ଇଣ୍ଡେକ୍ସ ସେନ୍ସେକ୍ସ ୩୮୨.୬୭ ପଏଣ୍ଟ ତଥା ୧.୦୪% ବୃଦ୍ଧିରେ ୩୭,୦୫୪.୧୦ପଏଣ୍ଟରେ ବନ୍ଦ ହୋଇଛି । ଅନ୍ୟପକ୍ଷରେ ଏନ୍ଏସ୍ଇର ୫୦ ଶେୟାର ଯୁକ୍ତ ପ୍ରମୁଖ ଇଣ୍ଡେକ୍ସ ନିଫ୍ଟି ୧୪୦.୯୦ ପଏଣ୍ଟ ତଥା ୧.୨୮% ବୃଦ୍ଧିରେ ୧୧,୧୭୬.୩୦ପଏଣ୍ଟରେ ବନ୍ଦ ହୋଇଛି । ପ୍ରକାଶ ଯେ ୬ମାସ ପରେ ସେନ୍ସେକ୍ସ ୩୭ହଜାର ପଏଣ୍ଟରେ ପହଞ୍ଚିଥିଲା । ସେହିଭଳି ନିଫ୍ଟି ୧୩୫ପଏଣ୍ଟର ବୃଦ୍ଧି ଦାଏର କରାଯାଇଛି । କାରବାର ସମୟରେ ସେନ୍ସେକ୍ସ ୩୭,୧୦୬.୧୯ପଏଣ୍ଟ ଉପର ସ୍ତରକୁ ଯାଇଥିବା ବେଳେ ୩୬,୭୨୬.୩୯ପଏଣ୍ଟ ନିମ୍ନମୁଖି ହୋଇଥିଲା । ଅନ୍ୟପକ୍ଷରେ ନିଫ୍ଟିରେ ୧୧.୧୭୫.୦୦ପଏଣ୍ଟ ବୃଦ୍ଧି ହୋଇ ୧୧,୦୫୯.୮୫ ପଏଣ୍ଟ ନିମ୍ନକୁ ଯାଇଥିଲା । ବିଶ୍ୱସ୍ତରୀୟ ସଙ୍କେତ ମଧ୍ୟରେ ଭାରତୀୟ ବଜାରରେ ଆଜି ମନ୍ଥରତା ଦେଖିବାକୁ ମିଳିଛି । ତେବେ ପ୍ରତିଷ୍ଠିତ ମିଡ଼୍କ୍ୟାପ୍ ଓ ସ୍ମଲକ୍ୟାପ୍ ଇଣ୍ଡେକ୍ସ କାରବାର ଚାପରେ ବନ୍ଦ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ