ସୁଧୁରୁନି ଖୁଚୁରା ପଇସା ସମସ୍ୟା

ବାଲିପାଟଣା (ଯୁଗାବ୍ଦ ନ୍ୟୁଜ୍): ଖୁଚୁରା ପଇସା କାରବାରରେ ସମସ୍ୟା ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ଛୋଟବଡ଼ ବ୍ୟବସାୟୀ ନାହିଁ ନଥିବା ଦୁର୍ଦ୍ଦଶାର ଶିକାର ହେଉଛନ୍ତି । ଅଭିଯୋଗ କଲେ ବି ଏହି ସମସ୍ୟାର ସମାଧାନ ହେଉନାହିଁ । ବିମୁଦ୍ରାକରଣ ପରଠାରୁ ଏହି ସମସ୍ୟା ସୃଷ୍ଟି ହୋଇଥିଲେ ମଧ୍ୟ ଏହାର ସମାଧାନ ହୋଇପାରୁନାହିଁ । ପାନଦୋକାନ ସମେତ ଛୋଟବଡ଼ ବ୍ୟବସାୟିକ ପ୍ରତିଷ୍ଠାନ ଖୁଚୁରା ପଇସା ନେବାରୁ ନାରାଜ । ଏହାର ସୁଯୋଗ ନେଇ ଖୁଚୁରା ପଇସା ୧୦ ରୁ ୧୫ ଟଙ୍କା କମିଶନରେ ବେପାର ହେଉଥିବା ଶୁଣିବାକୁ ମିଳୁଛି । କମ୍ ହେଉ ପଛେ ନଗଦ ନେଇ କାର୍ଯ୍ୟ ମେଣ୍ଟାଉଥିବା ଅନେକ ଶ୍ରେୟ ମଣୁଛନ୍ତି । ବ୍ୟାଙ୍କ ମଧ୍ୟ କଟକଣା ମଧ୍ୟ ଦେଇ ଏହି କାରବାର କରୁଛନ୍ତି । ଏକ ନିର୍ଦ୍ଦିଷ୍ଟ ପରିମାଣ ୧୦୦୦ଟଙ୍କା ପର୍ଯ୍ୟନ୍ତ ଖୁଚୁର।। କାରବାର ହେଉଛି । ବ୍ୟବସାୟୀଙ୍କ ପାଖେ ବସ୍ତାବସ୍ତା କଲେନ୍ ପଡ଼ି ରହୁଛି । ବିଶେଷକରି ଚା, ପାନ, ଖବରକାଗଜ ଏଜେଣ୍ଟ ଏ କ୍ଷେତ୍ରରେ ବିଶେଷ ଅସୁବିଧା ଭୋଗ କରୁଛନ୍ତି । ଏହି ଖୁଚୁରା ପଇସା ସମସ୍ୟାର ତ୍ୱରିତ ସମାଧାନ ଲାଗି ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ