ସୁନାଘୋଡ଼ା
ଖାଲି ଅଳଙ୍କାର ନୁହେଁ ସୁନାରେ ତିଆରି ସବୁ ଜିନିଷ ଲାଗେ ବେଶ୍ ଆକର୍ଷକ । ଠିକ୍ ଯେମିତି ଜାପାନରେ ତିଆରି ହୋଇଥିବା ଏକ ସୁନାର ଘୋଡା । ଉକ୍ତ ଘୋଡାଟି ସମ୍ପୂର୍ଣ୍ଣ ସତସତିକା ଘୋଡା ପରି ଲାଗେ । ଏହା ଏକ ଲାଇଫ୍ ସାଇଜ୍ ପ୍ରତିମୂର୍ତ୍ତି । ଜାପାନର ଗହଣା ବ୍ୟବସାୟୀ ତନାକା କିକିନଜୋକୁ ଏହାକୁ ତିଆରି କରିଛନ୍ତି । ବ୍ରୋଞ୍ଜ ଉପରେ ସୁନାର କୋଟ୍ ଦେଇ ନିର୍ମାଣ କରାଯାଇଥିବା ଏହି ଘୋଡାର ପ୍ରତିମୂର୍ତ୍ତିକୁ ୨୦୧୩ ଡିସେମ୍ବର ୨୬ରେ ମଧ୍ୟ ଜାପାନର ନଗୋୟାରେ ଥିବା ତନାକା କିକିନଜୋକୁଙ୍କ ଗହଣା ଦାକାନରେ ପ୍ରଦର୍ଶିତ କରାଯାଇଥିଲା । ପରେ ଏହାକୁ ବିକ୍ରି ପାଇଁ ରଖାଗଲା । ଯାହାର ମୂଲ୍ୟ ୧୫୦,୦୦୦ ଆମେରିକୀୟ ଡଲାର ଧାର୍ଯ୍ୟ କରାଯାଇଥିଲା ।


