ସୁନାବେଢ଼ା ଶିଶୁ ବିଦ୍ୟା ମନ୍ଦିର ତରଫରୁ ନେତାଜୀ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ପାଳନ

କୋରାପୁଟ,(ହେମନ୍ତ ପାଣଗ୍ରାହୀ):କୋରାପୁଟ ଜିଲ୍ଲା ସୁନାବେଡା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ନେତାଜୀ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ସହ ପୂର୍ବ ଛାତ୍ର ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ରୂପେ ବିଦ୍ୟାଳୟର ସଭାପତି ଚିରଞ୍ଜିବୀ ପରିଛା ଓ ସମ୍ମାନିତ ଅତିଥି ଭାବେ ଉପ-ସଭାପତି ବିଜୟ କୁମାର ହନ୍ତାଳ ଯୋଗ ଦେଇଥିଲେ। ମୁଖ୍ୟ ବକ୍ତା ରୂପେ ପ୍ରଧାନ ଆଚାର୍ଯ୍ୟ ଲକ୍ଷ୍ମୀକାନ୍ତ ମିଶ୍ର ଯୋଗ ଦେଇ ନେତାଜୀ ଓ ବୀର ସୁରେନ୍ଦ୍ର ସାଏଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଦେଶ ପାଇଁଁ ମଣିଷ ପରି ମଣିଷଟିଏ ହେବା ନିମନ୍ତେ ମାର୍ଗଦର୍ଶନ କରିଥିଲେ। ଆଦର୍ଶ ନାଗରିକ ଓ ରାଷ୍ଟ୍ରପ୍ରେମୀ ହେବାପାଇଁ ଶିଶୁ ମନ୍ଦିରରୁ ହିଁ ଆମେ ଶିକ୍ଷା ପାଇଛୁ ଏବଂ ଏହାକୁ ନିଶ୍ଚିତ ଭାବରେ ଆମ ଜୀବନରେ ପ୍ରୟୋଗ କରିବୁ ବୋଲି ପୂର୍ବ ଛାତ୍ରଛାତ୍ରୀ ମାନେ ମତବ୍ୟକ୍ତ କରିଥିଲେ। ଶିଶୁମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ହୋଇଥିଲା। ଏଥିରେ କୃତିତ୍ବ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ମୂଖ୍ୟ ଅତିଥି ମାନଙ୍କ ଦ୍ଵାରା ପୁରସ୍କାର ବିତରଣ କରାଯାଇଥିଲା। ବିଦ୍ୟା ମନ୍ଦିରର ଶିକ୍ଷୟିତ୍ରୀ ଲକ୍ଷ୍ମୀ ସାହୁ, ଗାୟତ୍ରୀ ମହାନ୍ତି, ସରସ୍ଵତୀ ମହାରଣା,ମଞ୍ଜୁଲତା ସ୍ବାଇଁ, ପୁଷ୍ପଲତା ପାତ୍ର, ଅନିତା ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ସମସ୍ତ ଗୁରୁଜୀ ଓ ଗୁରୁମା କାର୍ଯ୍ୟକ୍ରମକୁ ସୂଚାରୁରୂପେ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ