ସୁନାବେଶରେ ଦର୍ଶନ ଦେଇଛନ୍ତି ମା ତାରେଣୀ
ଘଟଗାଁ(ଯୁଗାଦ୍ଦନ୍ୟୁଜ) -ସାରା ରାଜ୍ୟ ଶାରଦୀୟ ଦଶହରା ପାଇଁ ଉତ୍ସବ ମୁଖରୀତ ହୋଇ ପଡିଥିବା ବେଳେ ଘଟଗାଁ ମା ତାରିଣୀ ପିଠ ମଧ୍ୟ ଏଥିରୁ ବାଦ ପଡିନି । ଗତକାଲି ରାଜ୍ୟର ସମସ୍ତ ଶକ୍ତି ପିଠ ଗୁଡିକରେ ଦଶମୀ ପୂଜା ପାଳିତ ହୋଇଥିଲା କିନ୍ତୁ ଗୋଟିଏ ମାତ୍ର ଶକ୍ତି ପୀଠ ଘଟଗାଁ ମା ତାରିଣୀଙ୍କ ପାଖରେ ଆଜି ଦଶମୀ ପୂଜା ବା ମାଆ ଦୁର୍ଗାଙ୍କର ବିଜୟାଦଶମୀ ପାଳିତ କରାଯାଇଥିଲା । ଆଜି ସକାଳୁ ଦେହୁରୀ ମାନଙ୍କ ଦ୍ୱାରା ମାଙ୍କର ସ୍ନାନ ଓ ବଡସିଂହାର କାର୍ଯ୍ୟ ସମାପନ କରାଯାଇ ଯଥା ବିଧିରେ ପୂଜା, ସକାଳ ମଙ୍ଗଳ ଆଳତୀ କରାଯାଇ ମାଙ୍କର ସୁନାବେଶ ଅନୁଷ୍ଟିତ ହୋଇଥିଲା ଅନ୍ୟପକ୍ଷରେ ମାଆଙ୍କ ପାଖରେ ଚଣ୍ଡି ପାଠ, ଅପରାଜିତା ପୂଜା କରାଯାଇଥିଲା । ଯାହକୁ ଦର୍ଶନ କରିବା ପାଇଁ ସକାଳୁ ହଜାର ହଜାର ଶ୍ରଦ୍ଧାଳୁଙ୍କଲମ୍ବା ଧାଡି ରେ ଆସି ମା ଙ୍କ ଆଶିଷଲାଭ କରିଥିଲେ ।