ସୁନାମଧନ୍ୟ ସଙ୍ଗୀତ ଗୁରୁ ରଘୁନାଥ ପାତ୍ର ଭୁବନେଶ୍ୱରରେ ସମ୍ମାନିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର ସୁନାମଧନ୍ୟ ସଙ୍ଗୀତ ଗୁରୁ ରଘୁନାଥ ପାତ୍ର ଭୁବନେଶ୍ଵର ସ୍ଥିତ ଭଞ୍ଜ କଳାମଣ୍ଡପରେ ନୃତ୍ୟ ଅନୁଷ୍ଠାନ ପଦାମୃତ ନୃତ୍ୟାୟନ ଏବଂ ଭାରତ ସରକାରଙ୍କ ସଂସ୍କୃତି ବିଭାଗ ଓ ରାଜ୍ୟ ସଂସ୍କୃତି ବିଭାଗର ମିଳିତ ଆନୁକୂଲ୍ୟରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ୪ର୍ଥ ବିମୁଗ୍ଧା ଆୟୋଜିତ କାର୍ଯ୍ୟକ୍ରମରେ ସମ୍ମାନିତ ହୋଇଥିଲେ। ଶ୍ରୀ ପାତ୍ରଙ୍କ ସହ ପାରଳାଖେମୁଣ୍ଡି ମାଟିର ଅନ୍ୟ କିଛି ଜଣ କଳାକାର ମଧ୍ୟ ଏହି ସମାବେଶରେ ସଂମ୍ମାନିତ ହୋଇଥିବା ସୂଚନା ମିଳିଛି. ଏହି ଉତ୍ସବର ସନ୍ଧ୍ୟା ଅଧିବେଶନରେ ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ଗୁରୁ ଅରୁପା ମହାନ୍ତି ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରାପ୍ତ ବିଶିଷ୍ଟ ମର୍ଦ୍ଦଳ ବାଦକ ଗୁରୁ ଧନେଶ୍ଵର ର ସ୍ବାଇଁ, ଓଡ଼ିଶା ନିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ର ପ୍ରାପ୍ତ ବିଶିଷ୍ଟ ଶିଷ୍ଟ ଓଡ଼ିଶୀ ସଙ୍ଗୀତ କଣ୍ଠଶିଳ୍ପୀ ଗୁରୁ ରଘୁନାଥ ପାତ୍ର, ଓଡ଼ିଶୀ ନୃତ୍ୟଶିଳ୍ପୀ ତ‌ଥା । ଦୂରଦର୍ଶନ ଅଭିନେତ୍ରୀ ଗୁରୁ ପ୍ରତିଭା ପଣ୍ଡା, ବିଶିଷ୍ଟ ନାଟ୍ୟକର୍ମୀ ତଥା । ଅନୁଷ୍ଠାନର ଅ ମୁଖ୍ୟ ଉପଦେଷ୍ଟା ତଥା ପାରଳା ପୌରପରିଷଦର ପ୍ରାକ୍ତନ ନଗରପାଳ ନୃସିଂହ ଚରଣ ପଟ୍ଟନାୟକଙ୍କ ସହ ବିଶିଷ୍ଟ ବ୍ୟକ୍ତି ଅନ୍ୟତମ ଅତିଥି ଭାବେ ମଞ୍ଚାସୀନ ଥିଲେ। ଏଥିରେ ବିଭିନ୍ନ ଅନୁଷ୍ଠାନର କୃତି ଛାତ୍ରଛାତ୍ରୀ ଓଡ଼ିଶୀ ନୃତ୍ୟ ପ୍ରତିଯୋଗିତାରେ ଶ୍ରେଷ୍ଠତ୍ବ ପ୍ରଦାନ କରି ପୁରସ୍କୃତ ହୋଇଥିଲେ। ଏହି ପରିପ୍ରେକ୍ଷୀରେ ଗଜପତି ଜିଲ୍ଲାର ପାରଳା ରଳା ମାଟିର କୃତି ସନ୍ତାନ ତଥା ମଞ୍ଚ ଅଭିନେତା, ନିର୍ଦ୍ଦେଶକ, ନାଟ୍ୟକାର ତଥା ଆକାଶବାଣୀ ଜୟପୁରର ସ୍ବୀକୃତି ପ୍ରାପ୍ତ କଳାକାର (ନାଟକ ବିଭାଗ) ମନୋଜ କୁମାର ପାଢ଼ୀ (ମୁନ୍ନା) ଙ୍କୁ ବିମୁଗ୍ଧା ସମ୍ମାନରେ ସମ୍ମାନିତ କରାଯାଇଥିଲା | ଉକ୍ତ କାର୍ଯ୍ୟକ୍ରମରେ ଭୁବନେଶ୍ଵରରେ ରହୁଥ‌ିବା ଗଜପତି ନିବାସୀ ବହୁ ବିଶିଷ୍ଟ ବ୍ୟକ୍ତି ଏବଂ ଛାତ୍ରଛାତ୍ରୀଙ୍କ ଅଭିଭାବକ, ଅନ୍ୟାନ୍ୟ ଜ୍ଞାନୀଗୁଣି ବ୍ୟକ୍ତି ଉପସ୍ଥିତ ଥିଲେ। ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ସମ୍ପାଦକ ସୀତାକାନ୍ତ ଜେନା ଏବଂ ଅନୁଷ୍ଠାନର ଗୁରୁ ଦୁଇ ଭଉଣୀ ଗୁରୁ ବିନ୍ଦୁପ୍ରିୟା ବେହେରା ଏବଂ ପ୍ରିତିପ୍ରିୟା ବେହେ ବେହେରା ପରିଚାଳନା ଳନା କରିଥିଲେ । ଏହି ମାଟିର କଳାକାରଙ୍କୁ ରାଜଧାନୀରେ ସମ୍ମାନୀତ କରିଥିବା ଯୋଗୁଁ ଗୁରୁ ରଘୁନାଥ ପାତ୍ର, କ୍ରିଏଟିଭ୍ ଆର୍ଟସ୍ । ନାଟ୍ୟ ଅନୁଷ୍ଠାନର ସଭାପତି ନୃସିଂହ ଚରଣ ପଟ୍ଟନାୟକ, ପାରଳା ଆବାହକ ମଞ୍ଚର ସମ୍ପାଦକ ରାଜକିଶୋର । ପାଣିଗ୍ରାହୀ, ରମେଶ ଚୌଧୁରୀ, ନାଟ୍ୟଶିଳ୍ପୀ ଳ୍ପୀ ମନୋଜ କୁମାର ପାଢ଼ୀ ଶୁଭେଚ୍ଛା ଜଣାଇବା ସହ ପଦାମୃତ ନୃତ୍ୟ ଅନୁଷ୍ଠାନକୁ ଧନ୍ୟବାଦ ଜ୍ଞାପନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ