ସୁନାମୀ ମୁକାବିଲା ପ୍ରଶିକ୍ଷଣ ଶିବିର ଉଦଘାଟିତ

ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ଜିଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଓ ଜିଲା ପ୍ରଶାସନ ଆନୁକୂଲ୍ୟରେ ସମ୍ଭାବ୍ୟ ସୁନାମୀର ମୁକାବିଲା ପ୍ରସ୍ତୁତି ନିମନ୍ତେ ମାଷ୍ଟର ଟ୍ରେନରମାନଙ୍କ ଦୁଇ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସ୍ଥାନୀୟ ସଦର ବ୍ଲକ ସମ୍ମିଳନୀ କକ୍ଷରେ ଉଦଘାଟିତ ହୋଇଯାଇଛି । ଅତିରିକ୍ତ ଜିଲାପାଳ ସୁଚାରୁ ବଳ ଏଥିରେ ଅଧ୍ୟକ୍ଷତା କରି ସୁନାମୀ ଭଳି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ପ୍ରାକ ପ୍ରସ୍ତୁତିର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ସଦର ବିଡିଓ ନରେନ୍ଦ୍ର ଖମାରୀ ଏଥିରେ ଯୋଗ ବାଲେଶ୍ୱର ଜିଲାର ସୁଦୀର୍ଘ ଉପକୂଳ ସୁନାମୀପ୍ରବଣ ହୋଇଥିବା ବେଳେ ଉପକୂଳବର୍ତ୍ତୀ ଅଞ୍ଚଳର ଜନସାଧାରଣଙ୍କୁ ସୁନାମୀ ମୁକାବିଲା ପାଇ ସଚେତନ କରିବାରେ ମାଷ୍ଟର ଟ୍ରେନରମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିବ ବୋଲି କହିଥିଲେ । ଜିଲା ଜରୁରୀକାଳୀନ ଅଧିକାରୀ ସାଇକୃଷ୍ଣ ଜେନା, ଡେପୁଟି କଲେକ୍ଟର ସ୍ମୃତିରଞ୍ଜନ ମଲିକ, ରାଜ୍ୟ ପ୍ରକଳ୍ପ ଅଧିକାରୀ ଗୌରୀଶଙ୍କର ମିଶ୍ର ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ । ଏଥିରେ ପ୍ରଶିକ୍ଷକମାନେ ସୁନାମୀ ସଚେତନତା, ସୁନାମୀ ସମୟରେ ସତର୍କତା, ସୁରକ୍ଷା ପାଇଁ ପଦକ୍ଷେପ, ଉଦ୍ଧାର କୌଶଳ ଆଦି ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ବାଲେଶ୍ୱର ଜିଲାର ୫ଗୋଟି ସୁନାମୀ ପ୍ରବଣ ବ୍ଲକର ୬୩ଗୋଟି ଗ୍ରାମରେ ଥିବା ସ୍କୁଲର ଶିକ୍ଷକ ଓ ଶିକ୍ଷୟିତ୍ରୀ, ସମନ୍ୱିତ ଶିଶୁ ବିକାଶ କାର୍ଯ୍ୟକ୍ରମ କର୍ମୀ, ପଞ୍ଚାୟତ ଓ ପୌରପାଳିକା କର୍ମଚାରୀ ପ୍ରମୁଖ ମାଷ୍ଟର ଟ୍ରେନର ହେବା ପାଇଁ ଏହି ଶିବିରରେ ତାଲିମ ନେଇଥିଲେ । ସେମାନେ ନିଜ ନିଜ ଅଂଚଳରେ ସମସ୍ତ ଜନସାଧାରଣଙ୍କୁ ସୁନାମୀ ମୁକାବିଲାରେ ଲୋକଙ୍କୁ ତାଲିମ ଦେବା ସହ ସମସ୍ତଙ୍କୁ ସଚେତନ କରାଇବେ । ଏହି କର୍ମଶାଳାକୁ ଓସଡାମା ଜିଲା ପ୍ରକଳ୍ପ ଅଧିକାରୀ ପ୍ରଭୁପ୍ରସାଦ ମହାରଣା ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ