ସୁନାମୁଖୀ ଶାନ୍ତିବନରେ ଜମୁଛି ବଣଭୋଜି

କେସିଙ୍ଗା, (ମାଧବସାହୁ):କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ଦେଓଗାଁ ପଞ୍ଚାୟତ ମହଗା ନିକଟରେ ଥିବା ସୁନାମୁଖୀ ଶାନ୍ତିବନ ରେ ବଣଭୋଜି ର ଆସର ଜମୁଛି ୨୦୨୪ ମସିହାର ପ୍ରଥମ ଦିବସ ହୋଇଥିବାରୁ ଏହି ସ୍ଥାନରେ ବିଭିନ୍ନ ପ୍ରାନ୍ତରୁ ଲୋକମାନେ ଆସି ବଣଭୋଜି କରିଥିବା ଦେଖିବାକୁ ମିଳିଛି ପ୍ରାକୃତିକ ଦୃଶ୍ୟରାଜି ସହ ଦେବୀ ସୁନାମୁଖୀଙ୍କ ଆସ୍ଥାନ ପରିସରରେ ପାନୀୟ ଜଳ ଆଲୋକ କଲ୍ୟାଣ ମଣ୍ଡପ ଆଦି ରହିଥିବା ଯୋଗୁଁ ପର୍ଯ୍ୟଟକମାନେ ଆକୃଷ୍ଟ ହୋଇ ଏହି ସ୍ଥାନକୁ ଆସୁଛନ୍ତି କେସିଙ୍ଗା ଓ ନାର୍ଲା ବ୍ଳକର ସୀମାନ୍ତରେ ଥିବା ସୁନାମୁଖୀ ଶାନ୍ତିବନର ପୂର୍ବ ଗୌରବ ବଢଇପଆରଇଛଇ ମହଗାବାସୀ ଓ ସ୍ଥାନୀୟ ଅଞ୍ଚଳର ଜନସାଧାରଣଙ୍କ ସହଯୋଗରେ ଅଞ୍ଚଳର ଏକ ପ୍ରତ୍ୟକ୍ଷ ଦେବୀ ମାଆ ସୁନାମୁଖିଙ୍କ ଦର୍ଶନ ସହ ବଣଭୋଜିର ମଜା ନେଉଛନ୍ତି ଲୋକେ । ତେବେ ବର୍ଷ ବର୍ଷ ଧରି ସରକାର ଓ ପ୍ରଶାସନର ଦୃଷ୍ଟି ଆଢ଼ୁଆଳରେ ରହି ଆସିଥିବା ସୁନାମୁଖି ଶାନ୍ତିବନକୁ ଯଦି ରାଜ୍ୟ ସରକାର ପର୍ଯ୍ୟଟନସ୍ଥଳୀର ମାନ୍ୟତା ପ୍ରଦାନ କରନ୍ତେ ତେବେ ଏହା କଳାହାଣ୍ଡିର ଆଉ ଏକ ରମଣୀୟ ସ୍ଥାନ ହୋଇ ପାରନ୍ତା। ଏଥିପ୍ରତି କଳାହାଣ୍ଡି ଜିଲ୍ଲା ପ୍ରଶାସନର ଆନ୍ତରିକତା ଜରୁରୀ ବୋଲି ମତ ପ୍ରକାଶ କରିଛନ୍ତି ସ୍ଥାନୀୟ ବୁଦ୍ଧିଜୀବୀ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ