ସୁନାମୁହି ପୀଠରେ ସ୍ଵଛତା କାର୍ଯ୍ୟକ୍ରମ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ଭଣ୍ଡାରିପୋଖରୀ ବ୍ଲକର ନେରଡା ମା ସୁନାମୁହିଙ୍କ ଚଡ଼କ ଯାତ୍ରା ଶେଷ ହୋଇଥିବା ବେଳେ ସେଠାରେ ଏବେ ଅଳିଆ ଆବର୍ଜ୍ଜନା ଭରିଯାଇଛି। ଏହାକୁ ଆଖି ଆଗରେ ରଖି ଉତ୍କଳ ଫାଉଣ୍ଡେସନ ତରଫରୁ ପୀଠ ଠାରେ ସ୍ଵଛତା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଫାଉଣ୍ଡେସନ ପ୍ରତିଷ୍ଠାତା ତ୍ରିଲୋଚନ ଦାସଙ୍କ ତତ୍ତ୍ଵାବଧାନରେ ସଦସ୍ୟ ମାନେ ସୁନାମୁହି ଠାରେ ପହଞ୍ଚି ଅଳିଆ ଆବର୍ଜ୍ଜନା କୁ ସଫା କରିଛନ୍ତି। ସଦସ୍ୟ ନୀଳମଣି ସାହାଣୀ, ସୁଜିତ୍ କୁମାର ଜେନା, ଅଜୟ କୁମାର ରାଉତ, ପୂଜାରାଣୀ ବେହେରା, ରତିକାନ୍ତ ନାୟକ, ତୋଫାନୀ ପଣ୍ଡା, ବିନୋଦ ବାରିକ, ଦୀପକ ମଲ୍ଲିକ ପ୍ରମୁଖ ସ୍ୱଚ୍ଛତା କାର୍ଯ୍ୟକ୍ରମ ରେ ଭାଗ ନେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ