ସୁନାୟନା ହତ୍ୟାକାଣ୍ଡ ର ୪୫ ଦିନ ପରେ ହତ୍ୟାକାରୀ ଗିରଫ

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ଅନ୍ତର୍ଗତ ଧାତକିଡ଼ିହା କଲୋନୀ ସାହିର କଲେଜ ଛାତ୍ରୀ ସୁନୟନାଙ୍କୁ ଗଳା କାଟି ହତ୍ୟା ଘଟଣାର ୪୫ ଦିନ ପରେ ଲାଏ ଡ଼ିଟେକ୍ସନ ଟେଷ୍ଟ ପରେ ମହୁଲଡିହା ଥାନା ପୋଲିସ ହତ୍ୟାକାରୀକୁ ଗିରଫ କରିବାରେ ସଫଳ ହୋଇଛି।ଯୁବତୀଙ୍କ ଘରକୁ ଅଧିକାଂଶ ସମୟରେ ଯିବା ଆସିବା କରୁଥିବା ସେହି ଗ୍ରାମର ବିବାହିତ ଯୁବକ ଜ୍ୟୋତି ରାମ ପଥୁରିଆ ଘରେ କେହି ନଥିବାର ସୁଯୋଗ ନେଇ ଯୁବତୀଙ୍କୁ ବଳାତ୍କାର କରିବା ପରେ କଥା ପ୍ରଘଟ ହେବାର ଭୟରେ ଯୁବତୀଙ୍କୁ ଅତି ନିର୍ମମ ଭାବରେ ଟାଙ୍ଗିଆ ଦ୍ଵାରା ହତ୍ୟା କରିଥିବା ନେଇ ପୋଲିସ କହିଛି।ବ୍ୟବହୃତ ଟାଙ୍ଗିଆ ଜବତ ସହ ଅଭିଯୁକ୍ତର ଡାକ୍ତରୀ ପରୀକ୍ଷା ପରେ ପୋଲିସ ସୋମବାର ତାଙ୍କୁ କୋର୍ଟ ଚାଲାଣ କରିଛି।
ଗତ ଜୁଲାଇ ୨ ତାରିଖ ସୁନୟନାର ବାପା ଓ ମା ସାତକୋଶିଆ ସାପ୍ତାହିକ ହାଟକୁ ଯାଇଥିବା ସମୟରେ ଘରେ କେବଳ ତାଙ୍କର ଏକମାତ୍ର ଝିଅ ରହିଥିଲେ। ବାପା ଓ ମା ହାଟରୁ ଫେରି ଘର ଭିତରେ ଝିଅର ରକ୍ତ ଜୁଡୁବୁଡୁ ଶରୀର ପଡିଥିବା ଦେଖି ସଙ୍ଗେ ସଙ୍ଗେ ଏକ ଅଟୋ ଯୋଗେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ନେଇ ଭର୍ତ୍ତି କରିଥିଲେ କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଝିଅ ର ବାପା ହତ୍ୟାକାଣ୍ଡ ସମ୍ପର୍କରେ ମହୁଲଡିହା ଥାନାରେ ଜଣାଇବା ପରେ ପୋଲିସ ଘଟଣା ସ୍ଥଳକୁ ସନ୍ଧାନୀ କୁକୁର ସହ ସାଇଣ୍ଟିଫିକ ଟିମ ସହାୟତାରେ ତଦନ୍ତ କରିଥିଲେ ମଧ୍ୟ ଘଟଣା ର ଅଗ୍ରଗତି ହୋଇ ନଥିଲା।ହତ୍ୟାକାରୀ ଧରା ନ ପଡିବା ପରେ ବିଭିନ୍ନ ସଂଗଠନ ପକ୍ଷରୁ ହତ୍ୟା କରିକୁ ଗିରଫ କରିବା ପାଇଁ ଦାବୀ ଜୋର ଧରିଥିଲା।ପୋଲିସ ଏହି ଘଟଣାରେ ସନ୍ଦେହ କରି ୩ ଜଣକୁ ତଦନ୍ତ ପରିସରକୁ ଆଣି ପଚରା ଉଚରା କରିଥିଲା। ପରେ ଏସପିଙ୍କ ନିର୍ଦେଶ କ୍ରମେ ଯଶିପୁର ଆଈ ଆଈ ସି ରଞ୍ଜନ କୁମାର ସେଠୀ ଙ୍କୁ ତଦନ୍ତ ଭାର ଦିଆଯାଇଥିଲା।କରଞ୍ଜିଆ ଏସ୍ ଡି ପିଓ ନାରାୟଣ ନାୟକ,ମହୁଲଡିହା ଥାନା ଅଧିକାରୀ ଶଶଧର ସେଠୀ ଏହି ତଦନ୍ତରେ ସହଯୋଗ କରିଥିଲେ। ସୁନୟନା ର ଶବ ବ୍ୟବଚ୍ଛେଦ ରିପୋର୍ଟରେ ବଳାତ୍କାର ପରେ ହତ୍ୟା ହୋଇଥିବା ଜଣାପଡିବା ପରେ ପୋଲିସର ସନ୍ଦେହ ଘେରରେ ଥିବା ଜ୍ୟୋତିରାମଙ୍କୁ ଲାଏ ଡିଟେକସନ ଟେଷ୍ଟ ନିମନ୍ତେ ଗତ ୧୨ ତାରିଖ ଦିନ ଭୁବନେଶ୍ୱରର ରସୁଲଗଡ଼କୁ ନେଇଥିଲେ। ଲାଏ ଡିଟେକସନ ଟେଷ୍ଟ ପରେ ପୋଲିସ ସୁରାକ ପାଇ ତଦନ୍ତ କରିଥିଲା।ସୁନୟନା ସହିତ ମୋବାଇଲ ରେ କଥା ହୋଇ ନଥିବା କଥା ଜ୍ୟୋତିରାମ କହିଥିବା ବେଳେ ମୋବାଇଲ କୋଲ ରେକର୍ଡରୁ ୧୨୦ ଦିନ ରେ ୧୦୮ ଥର ସୁନାୟନା ସହିତ କଥା ହୋଇ ଥିବା ନେଇ ପୋଲିସ ଜାଣିବାକୁ ପାଇଥିଲା। ସୁନୟନାକୁ ଟାଙ୍ଗିଆରେ ହତ୍ୟା ପରେ ନିକଟରେ ଥିବା ନାଳରେ ଜ୍ୟୋତିରାମ ଧୋଇ ହୋଇ ଘରକୁ ପଳାଇ ଯାଇ ଟାଙ୍ଗିଆକୁ ଘରେ ନେଇ ରଖି ଥିଲା ବୋଲି ପୋଲିସ ନିକଟରେ ସ୍ବୀକାର କରିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ