ସୁନା ଅଳଙ୍କାର ଓ ଟଙ୍କା ଲୁଟ ପରେ ଏକାକୀ ରହୁଥିବା ବୟୋଜୈଷ୍ଠ ମହିଳାଙ୍କୁ ହତ୍ୟା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର କରଣ ସାହିରେ ଲୁଟେରା କରିଛି ଜଘନ୍ୟ କାଣ୍ଡ । ଚୋରି କରିବାକୁ ଯାଇ ଜଣେ ବୃଦ୍ଧଙ୍କୁ ହତ୍ୟା କରି ମହିଳାଙ୍କ ଠାରୁ ସୁନା ଅଳଙ୍କାର ଟଙ୍କା ଆଦି ଲୁଟ କରାଯାଇଛି । ଘଟଣାରୁ ପ୍ରକାଶ ଯେ, କରଣ ସାହିର ସରୋଜିନି ପଟ୍ଟନାୟକ ନାମକ ଜଣେ ୭୦ ବୟସ୍କା ମହିଳା ଏକା ରହୁଥିଲେ । ତାଙ୍କର ଦୁଇ ପୁଅ ଦୁଇ ଝିଅ ଅଛନ୍ତି । ଦୁଇ ପୁଅ ଜଣେ ହାଇଦ୍ରାବାଦ ଏବଂ ଅନ୍ୟ ଜଣେ ଆମେରିକାରେ ରହୁଥିବା ବେଳେ ଦୁଇ ଝିଅଙ୍କ ମଧ୍ୟରୁ ଜଣେ ହାଇଦ୍ରାବାଦ ଏବଂ ସାନ ଝିଅ ନବରଙ୍ଗପୁର ଠାରେ ରହୁଛନ୍ତି । ସମସ୍ତେ ବାହାରେ କାମ କରୁଥିବା ଯୋଗୁଁ ମୃତ ସରୋଜିନୀ ଏକା ରହୁଥିଲେ । ସାହି ଲୋକେ କହିବା ମୁତାବକ ମୃତ ସରୋଜିନି ପ୍ରତିଦିନ ଭୋର ୪ଟାରେ ଉଠି ପୂଜା ପାଠ କରିବା ସବୁବେଳେ ମନ୍ଦିରକୁ ଯିବାଆସିବା କରୁଥିବାର ଦେଖିଥାନ୍ତି । ହେଲେ ଆଜି ଭୋର ସମୟରେ ମୃତ ସରୋଜିନିଙ୍କ ଦେଖା ମିଳିଲାନି ସକାଳୁ ସକାଳୁ ସାହି ଲୋକେ ସନ୍ଦେହରେ ଘରର କବାଟ ବାଡେଇଥିଲେ । ବହୁ ସମୟ ଧରି କବାଟ ମାରିବା ପରେ କବାଟ ନକାଡିବାରୁ ସାହିର କେତେକ ଲୋକେ କବାଟ ଭାଙ୍ଗି ଘରଭିତରକୁ ଯାଇ ଦେଖିବା ବେଳେ ଘର ଖଟ ଉପରେ ସରୋଜିନିଙ୍କ ମୃତ ଦେହ ପଡିଥିଲା ଏବଂ ଘର ସାରା ଲଙ୍କାଗୁଣ୍ଡ ବିଞ୍ଛା ଯାଇଥିବାର ଦେଖିବାକୁ ମିଳିଲା । ଏହାପରେ ସାହି ଲୋକେ ପାରଳାଖେମୁଣ୍ଡି ପୋଲିସ କୁ ଖବର କରିଥିଲେ । ପାରଳାଖେମୁଣ୍ଡି ଆଦର୍ଶ ଥାନା ଅଧିଲାରୀ ପ୍ରଶାନ୍ତ ଭୂପତି ଘଟଣା ସ୍ଥଳେ ସାଇଣ୍ଟିଫିକ ଟିମ ସହ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି । ତଦନ୍ତ ବେଳେ ଘର ସାର ଲଙ୍କାଗୁଣ୍ଡ ପଡିଥିବା ସରୋଜିନିଙ୍କ ଶରୀରରେ କ୍ଷତାକ୍ତ ଥିବା, ଘରୁ କିଛି ସୁନା ଗହଣା ଓ ଟଙ୍କା ଚୋରି ହେବା ଘଟଣାକୁ ଦେଖି ପୋଲିସ ହତ୍ୟା କରିଥିବା ସନ୍ଦେହ କରିଛି । ତେବେ ପୋଲିସ ଶବକୁ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି । ଶବ ବ୍ୟବଛେଦ ପରେ ପୋଲିସ ବିଭିନ୍ନ ଦିଗକୁ ନେଇ ତଦନ୍ତ କରିବ । ସେପଟେ ସରୋଜିନିଙ୍କ ସାନ ଝିଅ ପାରଳାଖେମୁଣ୍ଡିରେ ପହଞ୍ଚିଥିବା ବେଳେ ବାହାରେ ରହୁଥିବା ପୁଅ ଝିଅଙ୍କୁ ପୋଲିସ ଖବ କରିଛି । ସେମାନେ ଆସନ୍ତା କାଲି ସୁଦ୍ଧା ପହଁଚିବା ପରେ ଘରେ କ୍ଷଣ ସବୁ ଚୋରି ହୋଇଛି ତାହା ସ୍ପଷ୍ଟ ହେବ ଏବଂ ତାହାସହ ଆଖପାଖ ସିସିଟିଭି ଯାଞ୍ଚ କରିବ ।ଗଜପତି ଜିଲ୍ଲା ପାରଳାଖେମୁଣ୍ଡି କରଣ ସାହିରେ ଲୁଟେରା କରିଛି ଜଘନ୍ୟ କାଣ୍ଡ । ଚୋରି କରିବାକୁ ଯାଇ ଜଣେ ବୃଦ୍ଧଙ୍କୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି । ଘଟଣାରୁ ପ୍ରକାଶ ଯେ, କରଣ ସାହିର ସରୋଜିନି ପଟ୍ଟନାୟକ ନାମକ ଜଣେ ୭୦ ବୟସ୍କା ମହିଳା ଏକା ରହୁଥିଲେ । ତାଙ୍କର ଦୁଇ ପୁଅ ଦୁଇ ଝିଅ ଅଛନ୍ତି । ଦୁଇ ପୁଅ ଜଣେ ହାଇଦ୍ରାବାଦ ଏବଂ ଅନ୍ୟ ଜଣେ ଆମେରିକାରେ ରହୁଥିବା ବେଳେ ଦୁଇ ଝିଅଙ୍କ ମଧ୍ୟରୁ ଜଣେ ହାଇଦ୍ରାବାଦ ଏବଂ ସାନ ଝିଅ ନବରଙ୍ଗପୁର ଠାରେ ରହୁଛନ୍ତି । ସମସ୍ତେ ବାହାରେ କାମ କରୁଥିବା ଯୋଗୁଁ ମୃତ ସରୋଜିନୀ ଏକା ରହୁଥିଲେ । ସାହି ଲୋକେ କହିବା ମୁତାବକ ମୃତ ସରୋଜିନି ପ୍ରତିଦିନ ଭୋର ୪ଟାରେ ଉଠି ପୂଜା ପାଠ କରିବା ସବୁବେଳେ ମନ୍ଦିରକୁ ଯିବାଆସିବା କରୁଥିବାର ଦେଖିଥାନ୍ତି । ହେଲେ ଆଜି ଭୋର ସମୟରେ ମୃତ ସରୋଜିନିଙ୍କ ଦେଖା ମିଳିଲାନି ସକାଳୁ ସକାଳୁ ସାହି ଲୋକେ ସନ୍ଦେହରେ ଘରର କବାଟ ବାଡେଇଥିଲେ । ବହୁ ସମୟ ଧରି କବାଟ ମାରିବା ପରେ କବାଟ ନକାଡିବାରୁ ସାହିର କେତେକ ଲୋକେ କବାଟ ଭାଙ୍ଗି ଘରଭିତରକୁ ଯାଇ ଦେଖିବା ବେଳେ ଘର ଖଟ ଉପରେ ସରୋଜିନିଙ୍କ ମୃତ ଦେହ ପଡିଥିଲା ଏବଂ ଘର ସାରା ଲଙ୍କାଗୁଣ୍ଡ ବିଞ୍ଛା ଯାଇଥିବାର ଦେଖିବାକୁ ମିଳିଲା । ଏହାପରେ ସାହି ଲୋକେ ପାରଳାଖେମୁଣ୍ଡି ପୋଲିସ କୁ ଖବର କରିଥିଲେ । ପାରଳାଖେମୁଣ୍ଡି ଆଦର୍ଶ ଥାନା ଅଧିଲାରୀ ପ୍ରଶାନ୍ତ ଭୂପତି ଘଟଣା ସ୍ଥଳେ ସାଇଣ୍ଟିଫିକ ଟିମ ସହ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି । ତଦନ୍ତ ବେଳେ ଘର ସାର ଲଙ୍କାଗୁଣ୍ଡ ପଡିଥିବା ସରୋଜିନିଙ୍କ ଘରୁ କିଛି ସୁନା ଗହଣା ଓ ଟଙ୍କା ଚୋରି ହେବା ଘଟଣାକୁ ଦେଖି ପୋଲିସ ହତ୍ୟା କରିଥିବା ସନ୍ଦେହ କରିଛି । ତେବେ ପୋଲିସ ଶବକୁ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି । ଶବ ବ୍ୟବଛେଦ ପରେ ପୋଲିସ ବିଭିନ୍ନ ଦିଗକୁ ନେଇ ତଦନ୍ତ କରିବ । ସେପଟେ ସରୋଜିନିଙ୍କ ସାନ ଝିଅ ପାରଳାଖେମୁଣ୍ଡିରେ ପହଞ୍ଚିଥିବା ବେଳେ ବାହାରେ ରହୁଥିବା ପୁଅ ଝିଅଙ୍କୁ ପୋଲିସ ଖବ କରିଛି । ସେମାନେ ଆସନ୍ତା କାଲି ସୁଦ୍ଧା ପହଁଚିବା ପରେ ଘରେ କ୍ଷଣ ସବୁ ଚୋରି ହୋଇଛି ତାହା ସ୍ପଷ୍ଟ ହେବ ଏବଂ ତାହାସହ ଆଖପାଖ ସିସିଟିଭି ଯାଞ୍ଚ କରିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ