ସୁନା ଓ ଟଙ୍କା ରେ ସଜେଇ ହେଲେ ମା ଦୂର୍ଗା
(ଯୁଗାବ୍ଦ ନ୍ୟୁଜ)ସାରା ଦେଶରେ ଚାଲିଛି ମା ଦୂର୍ଗା ଙ୍କ ନବରାତ୍ରୀ ପୂଜା । ବଡ ବଡ ତୋରଣ ରେ ଶ୍ରଦ୍ଧାଳ ୁମାନଙ୍କୁ ଦର୍ଶନ ଦେଉଛନ୍ତି ମା ଦୂର୍ଗା । ସେହିଭଳି ଆନ୍ଧ୍ରପ୍ରଦେଶର ବିଶାଖାପାଟାରେ ଏଭଳି ଏକ ଦୁର୍ଗାଙ୍କ ପ୍ରତିମା ନିର୍ମାଣ ହୋଇଛି, ଯେଉଁଥିରେ ୩ କିଲୋ ସୁନା ଓ ୨ କୋଟି ଟଙ୍କା ସଜା ଯାଇଛି । ଶ୍ରୀ କନ୍ୟାକା ପରମେଶ୍ୱରୀ ମନ୍ଦିରରେ ଦୁର୍ଗା ଅଷ୍ଟମୀ ଅବସରରେ ଦେବୀଙ୍କ ପ୍ରତିମା ଓ ମନ୍ଦିରକୁ ସୁନା ଓ ଟଙ୍କାରେ ସଜାଯାଇଛି । ସବୁଠାରୁ ବଡ଼ କଥା ଯେ, ପ୍ରତିମାକୁ ୪ କିଲୋଗ୍ରାମ ସୁନା ଓ ୨ କୋଟି ଟଙ୍କାରେ ସଜାଯାଇଛି । ମାଠିଆରେ ସୁନାର ଟଙ୍କା ରଖାଯାଇଛି । ଶ୍ରଦ୍ଧାଳୁମାନେ ଏହି ମୂର୍ତ୍ତି ଦେଖିବା ପାଇଁ ବହୁ ଦୂରରୁ ଆସୁଛନ୍ତି । ୧୪୦ ବର୍ଷର ପୁରୁଣା ଏହି ମନ୍ଦିରରେ ଦେବୀଙ୍କ ସମ୍ମୁଖରେ ନୋଟ ଓ ସୁନା ରଖିଲେ ଶୁଭ ହୋଇଥାଏ । ପୂଜା ଶେଷ ହେବା ପରେ ଏହି ଟଙ୍କାକୁ ଶ୍ରଦ୍ଧାଳୁମାନଙ୍କୁ ଫେରାଇ ଦିଆଯାଇଥାଏ । ଏହି ଟଙ୍କା ମନ୍ଦିରର ଟ୍ରଷ୍ଟକୁ ଯାଇ ନ ଥାଏ ।ଶ୍ରୀ କନ୍ୟାକା ପରମେଶ୍ୱରୀ ମନ୍ଦିରରେ ଦୁର୍ଗା ଅଷ୍ଟମୀ ଅବସରରେ ଦେବୀଙ୍କ ପ୍ରତିମା ଓ ମନ୍ଦିରକୁ ସୁନା ଓ ଟଙ୍କାରେ ସଜାଯାଇଛି ।