ରକ୍ତରଞ୍ଜିତ ହେଲା ମା’ ମାଣିକେଶ୍ୱରୀ ପୀଠ

(ଯୁଗାବ୍ଦ ନ୍ୟୁଜ ) ଭବାନୀପାଟନା ର ଆରଧ୍ୟା ଦେବୀ ମାଣିକେଶ୍ୱରୀ ଙ୍କ ପ୍ରସିଦ୍ଧ ଛତର ଯାତ୍ରା ରେ ହଜାର ହଜାର ସଂଖ୍ୟା ରେ ପଶୁପକ୍ଷୀ ବଳୀ ପଡିଲେ ।  କଳାହାଣ୍ଡି ଜିଲ୍ଲାର ଇଷ୍ଟଦେବୀ ମା’ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତରଯାତ୍ରା ଅନୁଷ୍ଠିତ ହୋଇଯାଇଛି। ରବିବାର ମା’ଙ୍କ ଛତର ବିଜୟ ଯାତ୍ରା ଅବସରରେ ରାଜରାସ୍ତାରେ ହଜାର ହଜାର ସଂଖ୍ୟାରେ ପଶୁପକ୍ଷୀ ବଳି ଦେବା ପ୍ରଥା ବର୍ତ୍ତମାନ ଚର୍ଚ୍ଚାର କାରଣ ପାଲଟିଛି। ମନ୍ଦିରର ଉତ୍ତର ଦ୍ୱାର ନିକଟରେ ଥିବା ବୁଢ଼ାରଜା ମନ୍ଦିର ସମ୍ମୁଖରେ ମା’ଙ୍କୁ ପୋଢ଼ବଳି ଦିଆଯାଇଥିଲା। ଏହାପରେ ମା’ଙ୍କ ଚଳନ୍ତି ପ୍ରତିମାକୁ ଜେନାଖୋଲ ପର‌୍ୟ୍ୟନ୍ତ ନିଆଯାଇଥିଲା।ଞ୍ଜଞ୍ଜ ଘୁମୁରା, ନିଶାନ୍, ଘଣ୍ଟର ଆଦି ବାଦ୍ୟରେ ପ୍ରକମ୍ପିତ ହୋଇଥିଲା ଭବାନୀପାଟଣା ସହର। ଏହାରି ମଧ୍ୟରେ ଅପରାହ୍ଣରେ ମନ୍ଦିରକୁ ପତ୍ୟାବର୍ତ୍ତନ କରିଥିଲେ ଭବାନୀପାଟଣାର ଅଧିଷ୍ଠାତ୍ରୀ ମା ମାଣିକେଶ୍ୱରୀ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ