ସୁନା ଦର କମିଲା
ନୂଆଦିଲ୍ଲୀ, (ଏଜେନ୍ସି): ବିଶ୍ୱସ୍ତରୀୟ ଘରୋଇ ଅଳଙ୍କାର କାରବାରର ଦୁର୍ବଳ ଚାହିଦା ଯୋଗୁଁ ଗୁରୁବାର ସୁନା ଦର କମିଥିବା ଦେଖିବାକୁ ମିଳିଛି । ଫଳରେ ଦିଲ୍ଲୀ ସର୍ଫା ବଜାରରେ ସୁନା ୧୦ଗ୍ରାମ ପ୍ରତି ୫୦ ଟଙ୍କା ହ୍ରାସରେ ୩୪,୦୦୦ ଟଙ୍କାରେ ବିକ୍ରି ହୋଇଛି । ଅନ୍ୟପକ୍ଷରେ ଉଦ୍ୟୋଗିକ ୟୁନିଟ୍ ତଥା ମୁଦ୍ରା ନିର୍ମାଣକାରୀଙ୍କ ଚାହିଦା ଦୁର୍ବଳ ହେବା ଯୋଗୁଁ ରୁପା କିଲୋପ୍ରତି ୧୫୦ଟଙ୍କା ହ୍ରାସରେ ୪୦,୬୫୦ ଟଙ୍କାରେ ବିକ୍ରି ହୋଇଛି । ଅନ୍ତରାଷ୍ଟ୍ରୀୟ ବଜାରରେ ଲଣ୍ଡନର ସୁନା ଆଉନ୍ସ ପ୍ରତି ୦.୧୮ଡଲାର ବୃଦ୍ଧିରେ ୧,୩୦୯.୨୦ ଡଲାରରେ ରହିଛି । ଏହି ସମୟରେ ରୁପା ଆଉନ୍ସ ପ୍ରତି ୦.୫୨ ଡଲାର ବୃଦ୍ଧିରେ ୧୫.୭୧ଡଲାରରେ ପହଞ୍ଚିଛି । ବଜାର ବିଶ୍ଳେଷକଙ୍କ ଅନୁସାରେ ଘରୋଇ ଅଳଙ୍କାର ବ୍ୟବସାୟୀ ଓ ଖୁଚୁରା ବିକ୍ରେତାଙ୍କ ଦୁର୍ବଳ ଚାହିଦା ଯୋଗୁଁ ସୁନା ମୂଲ୍ୟରେ ହ୍ରାସ୍ ଘଟିଛି । ତେବେ ବିଶ୍ୱସ୍ତରରେ ସୁଦୃଢ଼ ସ୍ଥିତି ହ୍ରାସ୍କୁ ରୋକିବାକୁ ପ୍ରୟାସ କରିଛି ।