ସୁନା ବ୍ୟବସାୟୀଙ୍କ ଠାରୁ ଦୁର୍ବୁତ୍ତ ଝାମ୍ପିନେଲେ ଅଳଙ୍କାର
ଯାଜପୁର ,(ଯୁଗାବ୍ଦ ନ୍ୟୁଜ୍) : ଯାଜପୁରରେ ଲୁଟେରାଙ୍କ ପଲସର ଆତଙ୍କ । ଦିନ ଦ୍ୱିପହରରେ ଯାଜପର ସହରର ପଣ୍ଡା ଜୁଏଲର୍ସ ମାଲିକଙ୍କ ଠାରୁ ପଲସରରେ ଆସ ୨ ଦୁର୍ବୁତ୍ତ ି ଅଳଙ୍କାର ଭର୍ତ୍ତିବ୍ୟାଗ ଝାମ୍ପି ନେଇ ଘଟଣା ସ୍ଥଳରୁ ଚମ୍ପଟ ମାରିଥିବା ଜଣାପଡିଛି । ମିଳିଥିବା ସୂଚୁନା ଅନୁଯାଯୀ ଯୁଏଲର୍ସ ମାଲିକ ରମାକାନ୍ତ ପଣ୍ଡା ପ୍ରତିଦିନ ଭଳି ରାତିରେ ଅଳଙ୍କାରଦୋକାନରୁ ଘରକୁ ନେଇ ପୁଣି ସକାଳେ ଅଳଙ୍କାର ଦୋକାନକୁ ଆଣିଥାନ୍ତି । ଏହାର ସୁଯୋଗ ନେଇ ଲୁଟେରା ଅଳଙ୍କାର ଲୁଟ କରି ଫେରାର ହେବାରରେ ସଫଳ ହୋଇଛି । ବ୍ୟାଗରେ ୫୦୦ ଗ୍ରାମ ସୁନା ସମେତ ୨ କେଜି ରୁପା ଅଳଙ୍କାର ବ୍ୟାଗରେ ଥିବା ମାଲିକ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଜିଲ୍ଲାରେ ବାରମ୍ବାର ଏହି ପରି ଲୁଟ ହେଉଥିବାରୁ ପୋଲିସର କାର୍ଯ୍ୟଦକ୍ଷତା ଉପରେ ସୃଷ୍ଟି କରିଛି ଲୋକମାନଙ୍କ ମନରେ ପ୍ରଶ୍ନବାଚୀ ।