ଅଟୋ ସମେତ ଦେଶୀ ମଦ ଜବତ ,୩ ଗିରଫ
ବ୍ରହ୍ମପୁର,(ଯୁଗାବ୍ଦ ନ୍ୟୁଜ୍) : ପୁରୁଷୋତ୍ତମପୁର ପୋଲିସକୁ ମିଳିଛି ସଫଳତା । କୈାଣସି ଏକ ବିଶ୍ୱସ୍ଥ ସୂତ୍ରରୁ ଗୋଟିଏ ଅଟୋରେ ଦେଶୀ ମଦ ଯାଉଥିବା ପୋଲିସକୁ ଖବର ମିଳିଥିଲା । ଖବର ପାଇ ପୋଲିସ ଟିମ୍ ସଂଗେ ସଂଗେ ଧୋବାଡି ପାଟପୁର –ବାଳକୃର୍ଷ୍ଣପୁର ରାସ୍ତାରୁ ଏକ ଅଟୋକୁ ଅଟକାଇ ଅଟୋରୁ ୬ ବସ୍ତା ଦେଶୀ ମଦ ଜବତ କରିବା ସହ ୩ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । ଗିରଫ ହୋଇଥିବା ଅସାଧୁ ମଦ ବେପାରୀ ହେଲେ ଧୋବାଡି ପାଟପୁର ଗ୍ରାମର ମଦ ମାଫିଆ ଜୟ ସ୍ୱାଇଁ ,ସମେତ ତାଙ୍କ ବାପା ସୁକାନ୍ତ ସ୍ୱାଇଁ ଓ ଅଟୋ ଚାଳକ ବୋଲି ଜଣାପଡିଛି । ପୋଲିସ ଘଟଣା ସ୍ଥଳରୁ ଅଟୋ ନଂ (ଓଡି ଜିରୋ ୭ଏସ୍ ୨୮୧୨) ଜବତ କରିବା ସହ ଅଟୋରେ ଥିବା ୨୪୦ ଲିଟର ନକଲି ଦେଶୀ ମଦ ସମେତ ୩ ୍ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା କଣାପଡିଛି ।


