ସୁନ୍ନି ଓ୍ବାକଫ୍ ବୋର୍ଡକୁ ଜମି ପ୍ରଦାନ କରିବେ ଯୋଗୀ ସରକାର
ନୂଆଦିଲ୍ଲୀ: – ବୁଧବାର ଲୋକସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଛନ୍ତି ଯେ, ଉତ୍ତର ପ୍ରଦେଶର ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ନିମନ୍ତେ ଟ୍ରଷ୍ଟ୍ ଗଠନ କରାଯିବ । ‘ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ‘ ନାମରେ ଗୋଟାଏ ଟ୍ରଷ୍ଟ୍ ଗଠନ କରାଯିବା କଥା ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ । ରାମ ମନ୍ଦିର ଟ୍ରଷ୍ଟ ଗଠନ ଘୋଷଣା ହେବା ପରେ ଯୋଗୀଙ୍କ କ୍ୟାବିନେଟ ସୁନ୍ନି ଓ୍ବାକଫ୍ ବୋର୍ଡକୁ ଜମି ପ୍ରଦାନ ନେଇ ଏକ ପ୍ରସ୍ତାବକୁ ପାସ୍ କରିଛନ୍ତି । ଆଯୋଧ୍ୟାର ସୋହାବଲ ତହସିଲର ଧନିପୁର ଗାଁରେ ସୁନ୍ନି ଓ୍ବାକଫ୍ ବୋର୍ଡଙ୍କୁ ଜମି ପ୍ରଦାନ ପାଇଁ ନିଷ୍ପତ୍ତି ନିଆଯାଇଛି । ଆଜି ୫ଏକର ଜମି ପ୍ରସ୍ତାବ ପାସ୍ ହୋଇଥିବା ନେଇ ସରକାରଙ୍କ ମୁଖପାତ୍ର ସିଦ୍ଧାର୍ଥନାଥ ସିଂହ ସୂଚନା ଦେଇଛନ୍ତି। କେନ୍ଦ୍ରକୁ ୩ଟି ବିକଳ୍ପ ଜମି ପାଇଁ ପ୍ରସ୍ତାବ ଦିଆଯାଇଥିଲା ।


