ସୁପରଭାଇଜରଙ୍କ ଭୂଲ ନିଷ୍ପତ୍ତିରୁ ଅଘଟଣ: ବିଦ୍ୟୁତ ସଂସ୍ପର୍ଶରେ ଆସି ଶ୍ରମିକ ଗୁରୁତର

ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ବିଦ୍ୟୁତ ଶକ୍ତି ବିତରଣକାରୀ ସଂସ୍ଥା ଟିପିଏସଓଡ଼ିଏଲ ପକ୍ଷରୁ ହିଞ୍ଜିଳିକାଟୁ ବ୍ଲକ ଓ ପୋୖରାଞ୍ଚଳବାସୀଙ୍କୁ ଉନ୍ନତ ସେବା ଯୋଗାଇ ଦେବା ଲକ୍ଷ୍ୟରେ ବିଭାଗ ପକ୍ଷରୁ ବହୁ ସମୟରେ ବିଭିନ୍ନ ସ୍ଥାନରେ ମରାମତି କାର୍ଯ୍ୟ ଜାରି ରହିଛି।ସ୍ଥାନୀୟ ବ୍ଳକ ଡି.ପାଟପୁର ଗ୍ରାମ ନିକଟରେ ବିଦ୍ୟୁତ ଖୁଣ୍ଟରେ ଚଢି କାମ କରୁଥିବା ବେଳେ ଗୁରୁବାର ସକାଳେ ବାହାର ରାଜ୍ୟର ଜଣେ ଶ୍ରମିକ ବିଦ୍ୟୁତ ସଂସ୍ପର୍ଶରେ ଆସି ଗୁରୁତର ଆହତ ହୋଇଥିବା ଜଣାପଡିଛି। ଗୁରୁତର ଶ୍ରମିକ ଜଣକ ହେଲେ ଝାଡ଼ଖଣ୍ଡ ରାଜ୍ୟର ଧର୍ମା ଟୁଡୁ (୧୯)।ବିଦ୍ୟୁତ ଖୁଣ୍ଟ ସ୍ଥାପନ ପାଇଁ ଚୁକ୍ତିବଦ୍ଧ ହୋଇଥିବା ଠିକା ସଂସ୍ଥା ଭଉଁରୀ କଂଷ୍ଟ୍ରକ୍ସନର କର୍ମଚାରୀ ମାନେ ବିଦ୍ୟୁତ ଖୁଣ୍ଟରେ ଲଟକି ରହିଥିବା ଗୁରୁତର ଧର୍ମାଙ୍କୁ ଜେସିବି ମେସିନ ସହାୟତାରେ ଉଦ୍ଧାର କରି ବ୍ରହ୍ମପୁର ଏମକେସିଜି ଡାକ୍ତରଖାନାରେ ଭର୍ତ୍ତି କରିଥିବା ଜଣାପଡ଼ିଛି।ସମ୍ପୃକ୍ତ ଠିକା ସଂସ୍ଥାର ଜଣେ କ୍ଷେତ୍ରୀୟ କର୍ମଚାରୀଙ୍କ ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ଯୋଗୁଁ ଏଭଳି ଅପ୍ରୀତିକର ଘଟଣା ଘଟିଥିବା ସୂଚନା ମିଳିଛି। ସୂଚନା ମୁତାବକ ସ୍ଥାନୀୟ ବିଦ୍ୟୁତ ଶକ୍ତି ବିଭାଗ ତରଫରୁ ଭାବନ୍ଧ ଫିଡର ଅଧୀନରେ ଥିବା ବିଭିନ୍ନ ସ୍ଥାନରେ ମରାମତି କାର୍ଯ୍ୟ ଆରମ୍ଭ ହୋଇଥିଲା। ବିଭିନ୍ନ ସ୍ଥାନରେ ବିଦ୍ୟୁତ ଖୁଣ୍ଟି ଓ ତାର ସଂଯୋଗ କରିବା ପାଇଁ ଚୁକ୍ତିବଦ୍ଧ ହୋଇଥିବା ଭଉଁରୀ କଂଷ୍ଟ୍ରକ୍ସନ ସଂସ୍ଥା ତରଫରୁ ଝାଡ଼ଖଣ୍ଡ ରାଜ୍ୟର କିଛି ଶ୍ରମିକ ନିୟୋଜିତ ହୋଇଥିଲେ।ଭାବନ୍ଧ ଫିଡର ପରିସରରେ ନିର୍ମାଣ କାର୍ଯ୍ୟ ପାଇଁ ପୂର୍ବ ସୂଚନା ମୁତାବକ ସକାଳ୮ ଘଣ୍ଟା ଠାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ବିଦ୍ୟୁତ ଯୋଗାଣ ବନ୍ଦ ରହିବ ବୋଲି ଘୋଷଣା ହୋଇଥିଲା ।କିନ୍ତୁ ସମ୍ପୃକ୍ତ ଠିକା ସଂସ୍ଥାର ଜଣେ ଲାପଟପ ସୁପରଭାଇଜରଙ୍କ ତ୍ରୁଟିପୂର୍ଣ୍ଣ ନିର୍ଦ୍ଦେଶ ଯୋଗୁଁ ଶ୍ରମିକ ଜଣକ ଡି.ପାଟପୁର ନିକଟବର୍ତ୍ତୀ ସ୍ଥାନରେ ଥିବା ଏକ ବିଦ୍ୟୁତ ଖୁଣ୍ଟରେ ଚଢି କାର୍ଯ୍ୟ କରୁଥିବା ବେଳେ ହଠାତ ବିଦ୍ୟୁତ ସଂସ୍ପର୍ଶରେ ଆସି ଖୁଣ୍ଟରେ ଲଟକି ଯାଇଥିଲେ। ପରେ ଠିକା ସଂସ୍ଥାର କର୍ମଚାରୀ ମାନେ ଜେସିବି ମେସିନ ସହାୟତାରେ ଗୁରୁତର ଧର୍ମାଙ୍କୁ ଖୁଣ୍ଟରୁ ଓହ୍ଲାଇ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଖବର ପାଇ ହିଞ୍ଜିଳିକାଟୁ ବିଦ୍ୟୁତ୍ ବିଭାଗୀୟ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ସରୋଜ କୁମାର ମିଶ୍ର ଓ କଞ୍ଚୁରୁ ସେକ୍ସନ ସହକାରୀ ଯନ୍ତ୍ରୀ ଇଂ ସନ୍ତୋଷ କୁମାର ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରି ଫେରିଥିବା ଜଣାପଡିଛି। ଘଟଣା ନେଇ ହିଞ୍ଜିଳିକାଟୁ ବିଦ୍ୟୁତ୍ ବିଭାଗ ପକ୍ଷରୁ ପୁରୁଷୋତ୍ତମପୁର ଥାନାରେ ଅଭିଯୋଗ କରାଯାଇଥିବା ଜଣାପଡ଼ିଛି। ଖବର ଲେଖା ହେବା ସୁଦ୍ଧା ଘଟଣା ନେଇ ପୁରୁଷୋତ୍ତମପୁର ଥାନାରେ କୈାଣସି ଅଭିଯୋଗ ହୋଇନଥିବା ପୁରୁଷୋତ୍ତମପୁର ଏସଡିପିଓ ସୂର୍ଯ୍ୟମଣି ପ୍ରଧାନଙ୍କ ସୁତ୍ରରୁ ପ୍ରକାଶ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ