ସୁପର୍ମ୍ୟାନ୍ ଡେ’

ହଠାତ୍ କିଛି ଦୁର୍ବୃତ୍ତ ଦଳ ମାଡ଼ିଆସି ଲୋକମାନଙ୍କୁ ହଇରାଣ କରନ୍ତି । କାହାକୁ ମାଡ଼ ମାରି ଲହୁଲୁହାଣ କରିଦିଅନ୍ତି ତ ପୁଣି କାହାର ଧନସମ୍ପତ୍ତି ଲୁଟିନେଇଯାଆନ୍ତି । ପୁଣି କେତେକ ଦୁର୍ବୃତ୍ତ ଝିଅବୋହୂଙ୍କର ଇଜ୍ଜତ ଲୁଟିବାରେ ଲାଗିପଡ଼ନ୍ତି । ଲୋକମାନେ ନିରୁପାୟ ହୋଇଯାଆନ୍ତି । ଆଉ କେଉଁ ଦୃଶ୍ୟରେ ପାହାଡ଼ ଉପରୁ ପଥର ଖଣ୍ଡମାନ ମାଡ଼ିଆସେ ଜନବସତି ଭିତରକୁ । ଆଗ୍ନେୟଗିରିରୁ ଲାଭା ଉଦ୍ଗୀରଣ ହୁଏ । ରାକ୍ଷସମାନେ ନିରୀହ ଲୋକମାନଙ୍କ ଉପରେ ଅତ୍ୟାଚାର ଆରମ୍ଭ କରିଦିଅନ୍ତି । ଏ ସବୁ ବିପତ୍ତିରୁ ବିପତ୍ତିରୁ ଲୋକମାନଙ୍କୁ ରକ୍ଷା କରିବା ଲାଗି ଆକାଶରୁ ଉଡ଼ି ଉଡ଼ି ଆସେ ଜଣେ ଅତିମାନବ । ଦେହରେ ତା’ର ବ୍ଲୁ ସୁଟ୍ ଏବଂ ରେଡ୍ କେପ୍ । ଛାତିରେ ଏସ୍ ଚିହ୍ନ । ସେ ଆଉ କେହି ନୁହେଁ କୁନି କୁନି ପିଲାମାନଙ୍କର ଅତି ପ୍ରିୟ ସୁପର୍ମ୍ୟାନ୍ । ପ୍ରତିବର୍ଷ ଜୁନ୍ ୧୨ ତାରିଖକୁ ସାରା ବିଶ୍ୱରେ ସୁପର୍ମ୍ୟାନ୍ ଡେ’ ଭାବେ ପାଳନ କରାଯାଇଆସୁଛି । ୧୯୩୩ ମସିହାରେ ବିଶିଷ୍ଟ ଲେଖକ ତଥା କଳାକାର ଆମେରିକାର ଜୋ ଶଷ୍ଟର୍ ଏବଂ ଜେରି ଶିଗଲ୍ ସୁପର୍ମ୍ୟାନ୍ କାହାଣୀ ରଚନା କରିଥିଲେ । ପରେ ଏହାକୁ କାର୍ଟୁଟ୍ ଧାରାବାହିକରେ ରୂପାନ୍ତରିତ କରାଯାଇ ‘ଆକ୍ସନ୍ କମିକ୍ସ-୧’ରେ ପ୍ରସାରିତ କରାଯାଇଥିଲା । ସେତେବେଳେ ଏହା ଏତେ ଲୋକପ୍ରିୟ ହୋଇଯାଇଥିଲା, ତା’ପରବର୍ଷ ଏହି ଚରିତ୍ରକୁ ନେଇ କମିକ୍ ବୁକ୍ ବଜାରକୁ ଆସିଯାଇଥିଲା । ସୁପର୍ମ୍ୟାନ୍ ଭଳି କାଳ୍ପନିକ ଚରିତ୍ରକୁ ନେଇ ଅନେକ ପୁସ୍ତକ, କାର୍ଟୁନ୍ ମୁଭି ଏବଂ ଧାରାବାହିକ ନିର୍ମିତ ହୋଇସାରିଛି । ଏହା ଏକ ପୁରୁଣା ମନମୁଗ୍ଧକର ଚରିତ୍ର ହୋଇଥିଲେ ହେଁ ୨୦୧୩ ଜୁନ୍ ୧୩ ତାରିଖକୁ ସୁପର୍ମ୍ୟାନ୍ ଡେ’ ଭାବେ ପାଳନ କରାଯାଇଆସୁଛି । କାରଣ ଏହି ଦିନ ଡିସି ଏଣ୍ଟର୍ନେଟ୍ମେଣ୍ଟ୍ ପକ୍ଷରୁ ସୁପର୍ମ୍ୟାନ୍ ଫିଲ୍ମ, ମ୍ୟାନ୍ ଅଫ୍ ଷ୍ଟିଲ୍ ରିଲିଜ୍ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ