ସୁପର ସଣ୍ଡେରେ ହାଇଭୋଲଟେଜ୍ ମ୍ୟାଚ୍
ଚଳିତ ବିଶ୍ୱ କପରେ ସବୁଠାରୁ ହାଇଭୋଲଟେଜ୍ ମ୍ୟାଚରେ ଆଜି ଭାରତର ପାରପଂରିକ ପ୍ରତିଦ୍ୱିନ୍ଦୀ ପାକିସ୍ତାନ ମଧ୍ୟରେ ହେବ କଡା ମୁକାବିଲା । ଲଣ୍ଡନର ମାଞ୍ଚେଷ୍ଟର ଠାରେ ଭାରତୀୟ ସମୟ ୩ଟା ବେଳେଖେଳାଯିବ ଏହି ମ୍ୟାଚ୍ । ବିଶ୍ୱ କପରେ ଭାରତ ବତ୍ତମାନ ପର୍ଯ୍ୟନ୍ତ ଦୁଇଗୋଟି ମ୍ୟାଚରେ ଭାରତ ଡିଫେଣ୍ଡିଙ୍ଗ ଚାମ୍ପିଆନ୍ ଅଷ୍ଟ୍ରଲିଆ ଓ ଦକ୍ଷିଣ ଆଫ୍ରିକା ଠାର ୁସହଜ ସାଧ୍ୟ ବିଜୟ ହାସଲ କରି ଭାରତୀୟ ଦଳର ମନୋବଳ ସୁର୍ଦୁୃଢ ରହିଛି । ଅନ୍ୟ ପଟେ ପାକିସ୍ତାନ ୩ ଗୋଟି ମ୍ୟାଚ ଖେଳି ଆୟୋଜକ ଇଂଲଣ୍ଡ ଠାରୁ ବିଜୟ ଲାଭ କରିଥିବା ବେଳେ ୱେଷ୍ଟଇଣ୍ଡିଜ ଠାରୁ ପରାଜୟ ବରଣ କରିଥିଲା । ପଏଣ୍ଟଟେବୁଲର ଅଷ୍ଟମ ଶ୍ରେଣୀରେ ରହିଛି ପାକିସ୍ତାନ । ସମଗ୍ର ବିଶ୍ୱ ବାସୀଙ୍କ ନଜର ଏବେ ଇଣ୍ଡିଆ ଓ ପାକିସ୍ତାନ ମଧ୍ୟରେ । ଇତିହାସ ଉପରେ ନଜର ପକାଇଲେ ଦିନିକିଆ ରେ ଭାରତ ଓ ପାକିସ୍ତାନ ମଧ୍ୟରେ ଏ ପର୍ଯ୍ୟନ୍ତ ୧୩୧ ଟି ମ୍ୟାଚ୍ ଖେଳିଛନ୍ତି । ଉଭୟେ ଉଭୟଙ୍କୁ ଭେଟିଛନ୍ତି ।ତନ୍ମ ମଧ୍ୟରୁ ଭାରତ ୫୪ ଟି ମ୍ୟାଚରେ ବିଜୟ ହାସଲ କରିଥô୍ôବା ବେଳେ ପାକିସ୍ତାନ ୭୩ ମ୍ୟାଚ୍ ଜିତିଛି । ଆଉ ୪ ଗୋଟି ମ୍ୟାଚ୍ରେ କୈାଣସି ଫଳାଫଳ ବାହାରିପାରିନାହିଁ । ବିଶ୍ୱ କପରେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦୀ ମଧ୍ୟରେ ୬ ଗୋଟି ମ୍ୟାଚ୍ ଖେଳାଯାଇଥିବା ବେଳେ ପ୍ରତି ମ୍ୟାଚ୍ରେ ମ୍ୟାନଇନ୍ ବ୍ଲ୍ୟୁ ବାଜି ମାତ୍ କରିଛି ପାକିସ୍ତାନ ବିରୋଦ୍ଧରେ ।