ସୁପ୍ରୀମକୋର୍ଟ ଙ୍କ ନିଷ୍ପତି ପରେ ସୋରଡା ରେ ବନ୍ଦ ହେବ ୩୦୦ ବର୍ଷ ରୁ ଉର୍ଦ୍ଧ ବର୍ଷ ର ପରମ୍ପରା

ସୋରଡା, (ରଜନୀ ମହାପାତ୍ର):ପୁରା ଭାରତ ବର୍ଷ ରେ ବର୍ତମାନ କୋରେନା ସଂକ୍ରମଣ ଦିନ କୁ ଦିନ ଭୟାବହ ରୂପ ନେଇଥିବା ବେଳେ ରଥ ଯାତ୍ରା କୁ ନେଇ କଲ୍ପନା ଜଳ୍ପନା ଚାଲିଥିଲା। ମାମଲା ସୁପ୍ରିମକୋର୍ଟ ରେ ଥିବା ବେଳେ ଆଜି ସର୍ବୋଚ ଅଦାଲତ ଭାରତ ରେ ରଥ ଯାତ୍ରା ହେବ ନାହି ବୋଲି ଘୋଷଣା କରିବା ପରେ ଚାରିଆଡେ ଶ୍ରୀ ଜଗନ୍ନାଥ ପ୍ରେମୀ ଙ୍କ ମନରେ ନିରାଶା ଦେଖିବାକୁ ମିଳିଛି। ସୁପ୍ରିମକୋର୍ଟ ଙ୍କ ଏହି ନିଷ୍ପତି ପରେ ସୋରଡା ରେ ମଧ୍ୟ ବନ୍ଦ ରହିବ ରଥଯାତ୍ରା। ସୋରଡା ରେ ଶ୍ରୀ ଜଗନ୍ନାଥ ଙ୍କ ଏହି ମନ୍ଦିର ପ୍ରାୟ ୩୦୦ ବର୍ଷ ପୁରୁଣା ହେଇଥିବା ବେଳେ ଆଜି ଯାଏଁ ଏଠାରେ ରଥ ଯାତ୍ରା ବନ୍ଦ ହେବାର କୌଣସି ନଜର ନାହି। ଚଳିତ ବର୍ଷ ଯଦି ବନ୍ଦ ହେବ ରଥ ଯାତ୍ରା ତେବେ ଏହା ସୋରଡା ଇତିହାସ ରେ ପ୍ରଥମ ଘଟଣା ହେବ। ଆଜି ଯାଏଁ ଏଠାରେ ଅନବରତ ରଥଯାତ୍ରା ହେଇଥିବା ବେଳେ ବର୍ତମାନ ପ୍ରଥମ ଥର ପାଇଁ ବନ୍ଦ ହେବ ଏହି ପରମ୍ପରା। ଏହି ନିଷ୍ପତି ହେବା ପରେ ବର୍ତମାନ ଠାକୁରଙ୍କ ରୀତି ନୀତି କିପରି ହେବ ସେ ନେଇ ଏବେ ସମସ୍ତେ ଦ୍ଵନ୍ଦ ରେ। ମନ୍ଦିର ଭିତରେ ସିମିତ ପରିବେଶ ରେ କିପରି ହେବ ରଥ ଯାତ୍ରା ସେ ନେଇ ଏବେ ଚିନ୍ତା। କିନ୍ତୁ ସବୁଠାରୁ ଗୁରୁତ୍ଵ ପୂର୍ଣ୍ଣ କଥା ହେଲା ଏଠାରେ ମନ୍ଦିର ପ୍ରଶାସନ ତରଫରୁ ଏ ଯାଏଁ କୌଣସି ଗୋଟିଏ ବୈଠକ ମଧ୍ୟ ଆଲୋଚନା କର ଯାଇ ନାହି। ଠାକୁରଙ୍କ ନୀତି କିପରି ହେବ ସେବାୟତ ଓ ଦଇତାପତି ଙ୍କ ସହ ମଧ୍ୟ ଆଲୋଚନା ହୋଇନାହିଁ । ଅନ୍ୟପଟେ ଗଞ୍ଜାମ ଜିଲା ରେ ଯେଉଁପରି ଭାବେ ପ୍ରଶାସନ ନିଷ୍ପତି ନେଇଛି ତାହାକୁ ମଧ୍ୟ ଗଞ୍ଜାମ ବାସି ସହଜରେ ଗ୍ରହଣ କରିପାରୁନାହାନ୍ତି। ରାଜ୍ୟ ସରକାର ଓ ସୁପ୍ରିମ କୋର୍ଟ ଙ୍କ ନିଷ୍ପତି ଆସିବା ପୂର୍ବ ରୁ ଗଞ୍ଜାମ ଜିଲାପାଳ ମୌଖିକ ଭାବେ ଚାରିଆଡେ ରଥଯାତ୍ରା ବନ୍ଦ ହେବ ପାଇଁ ନିର୍ଦେଶ ଦେଇଦେଲେ। ଫଳରେ କୌଣସି ଜାଗାରେ ରଥ ଯାତ୍ରା ନେଇ ପ୍ରସ୍ତୁତି ହେଇପାରିଲାନି। ଏବେ ସରକାର ରିଭିୟୁ ପିଟିସନ ଦାଖଲ କରିବା ପାଇଁ ଯୋଜନା କରୁଥିବା ବେଳେ ସୁପ୍ରିମକୋର୍ଟ ଙ୍କୁ ପୁନବିଚାର ପାଇଁ ଅନୁରୋଧ କରିବେ। ତେବେ ଏଠାରେ ସବୁ ଠାରୁ ଗୁରୁତ୍ଵ ହେଲା ଯଦି ରିଭିୟୁ ପିଟିସନ ର ଶୁଣାଣୀ କରି ରଥ ଯାତ୍ରା କୁ କୋଭିଡ ୧୯ ର ନିୟମ ପ୍ରକାରେ ଏବଂ ସାମାଜିକ ଦୂରତା ରକ୍ଷାକାରି ପାଳନ କରାଯାଇ ପାରିବ ଏ ତେବେ ଏହି ପରମ୍ପରା ବନ୍ଦ ହେବାର ଅବଶ୍ୟାକ ନାହି ବୋଲି ଶୁଣାଣୀ ହେଲେ କଣ ଗଞ୍ଜାମ ଜିଲା ପ୍ରଶାସନ ଜିଲା ରେ ରଥ ଯାତ୍ରା ପାଳନ କରିବା ପାଇଁ ଅନୁମତି ଦେବ କି ବୋଲି ମଧ୍ୟ ଜିଲା ବାସୀ ଓ ଶ୍ରୀ ଜଗନ୍ନାଥ ପ୍ରେମୀ ଙ୍କ ନିକଟରେ ଏହା ଏକ ବଡ ପ୍ରଶ୍ନ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ