ସୁବଳୟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗୁରୁ ଦିବସ ପାଳିତ
ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମ ବ୍ଲକ ଅଧିନସ୍ଥ ସୁବଳୟା ଗ୍ରାମ ଠାରେ ଗୋପାଳକୃଷ୍ଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସର ରେ ପବିତ୍ର ଗୁରୁ ଦିବସ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି ।ଏହି ଅବସରରେ ଆୟୋଜିତ ସଭାରେ ଅନୁଷ୍ଠାନ ର ଅଧ୍ୟକ୍ଷ ଡକ୍ଟର ସି . ଏଚ୍.ସୁଧାକର ସଭାପତିତ୍ବ କରିଥିବାବେଳେ ଗ୍ରାସିମ୍ ଇଣ୍ଡଷ୍ଟ୍ରି ର ସି.ଏସ.ଅର୍. ର ମୁଖ୍ୟ ଶ୍ରୀମତୀ ସସ୍ମିତା ଶୁଭଦର୍ଶିନି ବେହେରା ମୁଖ୍ୟ ଅତିଥି ,ରାଜ୍ୟପାଳ ପୁରସ୍କୃତ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ବିଜୟ କୁମାର ବିଶ୍ବାଳ ମୁଖ୍ୟ ବକ୍ତା ,ରମ୍ଭା ଉଚ୍ଚ ବିଦ୍ୟାଳୟ ର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ବାଳକୃଷ୍ଣ ମହାରଣା ,ଅବସରପ୍ରାପ୍ତ ଆରକ୍ଷୀ ଅଧିକାରୀ ଶ୍ରୀଯୁକ୍ତ ସୁଦର୍ଶନ ସାହୁ ଏବଂ ବିବେକାନନ୍ଦ ବିଦ୍ୟା ମନ୍ଦିର ର ପ୍ରତିଷ୍ଠାତା ଶ୍ରୀଯୁକ୍ତ ପୂର୍ଣ୍ଣ ଚନ୍ଦ୍ର ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । +୨ ପ୍ରଥମ ବର୍ଷ ର କଳା ଛାତ୍ରୀ ସୁଶ୍ରୀ ପୂଜାରଣି ପଣ୍ଡା ସ୍ବାଗତ ଭାଷଣ ଦେବା ସହ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ ।ସଭା ରେ ଛାତ୍ର ଛାତ୍ରୀ ମାନେ ନିଜ ନିଜର ଭାଷଣ ମାଧ୍ୟମ ରେ ଡକ୍ଟର ରାଧାକୃଷ୍ଣନ ଙ୍କୁ ସ୍ମୃତିଚାରଣ କରିବା ସହିତ , ଗୁରୁ ର ଅର୍ଥ ଯଥା ‘ଗୁ’ ମାନେ ଅନ୍ଧାର ର” ମାନେ ଆଲୋକ ଅର୍ଥାତ୍ ଯିଏ ଅନ୍ଧାର ରୁ ଆଲୋକ ପଥ ଆଡ଼କୁ ଅଗ୍ରସର କରାଇଛନ୍ତି ସେହି ମହାପୁରୁଷ ଗୁରୁ ଅଟନ୍ତି ବୋଲି ମତପ୍ରକାଶ ପାଇଥିଲା । ଏବଂ ଗୁରୁଙ୍କ ବିନା ଆଶୀର୍ବାଦ କୌଣସି କ୍ଷେତ୍ରରେ ସଫଳତା ପାଇବା ଅଦୌ ସମ୍ଭବପର ନୁହଁ । ଅତିଥି ମାନେ ନିଜ ନିଜ ବକ୍ତବ୍ୟ ମାଧ୍ୟମରେ ଗୁରୁ ଦିବସ ର ମହତ୍ତ୍ଵ ଓ ଉଦ୍ଦେଶ୍ୟ ସେ ସମ୍ପର୍କରେ ଛାତ୍ର ଛାତ୍ରୀ ମାନଙ୍କୁ ସୁଚାଇବା ସହ ପୂଜ୍ୟ ପୂଜା ପ୍ରତି ଧ୍ୟାନ ଦେବା ପାଇଁ ପରାମର୍ଶ ଦେଇଥିଲେ । ଅର୍ଥନୀତି ବିଭାଗ ର ଅଧ୍ୟାପକ ଡକ୍ଟର ରବୀନ୍ଦ୍ର ନାଥ ଜେନା ଦ୍ଵିତୀୟ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍ ଙ୍କ ଭାରତ ପ୍ରତି ଅବଦାନ ସମ୍ପର୍କ ରେ ଆଲୋଚନା କରିଥିଲେ ।ଏହି ଅବସର ରେ ଗଞ୍ଜାମ ବ୍ଲକ ଅବସରପ୍ରାପ୍ତ କର୍ମଚାରୀ ସଂଘ ତରଫରୁ କର୍ମକୁଶଳତା ଓ ସାହିତ୍ୟ କ୍ଷେତ୍ର ରେ ଉଲ୍ଲେଖନୀୟ ଅବଦାନ ପାଇଁ ଶ୍ରୀମତୀ ସସ୍ମିତା ଶୁଭଦର୍ଶିନି ବେହେରା ଓ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା ରେ କୃତକାର୍ଯ୍ୟ ହୋଇଥିବା ମନୋରଞ୍ଜନ ନାୟକ ଙ୍କ ତରଫରୁ ତାଙ୍କ ପିତାଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା ।ଉକ୍ତ ସଭା ରେ ଓଡ଼ିଆ ଅଧ୍ୟାପିକା ଶ୍ରୀମତୀ ଜ୍ୟୋତ୍ସ୍ନା କୁମାରୀ ପ୍ରଧାନ ସଂଯୋଜନା କରିବା ସହ ଅତିଥିମାନଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ । ଏବଂ ଶେଷ ରେ ମୁଖ୍ୟ ଅତିଥି ଙ୍କ ଦ୍ଵାରା ବିଦ୍ୟାଳୟ ପରିସର ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମ ରେ ଅନୁଷ୍ଠାନ ର ସମସ୍ତ ଅଧ୍ୟାପକ , ଅଧ୍ୟାପିକା ଓ କର୍ମଚାରୀ ପରିଚାଳନା କରିଥିଲେ ।


