ସୁଭଦ୍ରା ଯୋଜନାକୁ ନେଇ ମହିଳା ମାନେ ଦ୍ଵନ୍ଦରେ ଫାଇଦା ଉଠାଉଛନ୍ତି ଇଣ୍ଟରନେଟ ଜୋନ

ସାନଖେମୁଣ୍ଡି,(ପଦ୍ମଲୋଚନ ପାଣିଗ୍ରାହୀ):ରାଜ୍ୟ ସରକାରଙ୍କ ସୁଭଦ୍ରା ଯୋଜନା ଗ୍ରାମାଞ୍ଚଳରେ ଏବେ ମହିଳା ମାନଙ୍କୁ ବ୍ୟତିବ୍ୟସ୍ତ କରିଛି।ସରକାରଙ୍କ ଯୋଜନାରେ ସାମିଲ ହୋଇ କିଭଳି ଲାଭାନ୍ମିତ ହେବେ ତାହାକୁ ନେଇ ମହିଳା ମାନେ ଦ୍ଵନ୍ଦ ରେ ପଡିଛନ୍ତି। ରାତି ପାହିଲେ ଚିନ୍ତା ପିଲା ଛୁଆଙ୍କୁ ଧରି ଘରୁ ବାହାରୁଛନ୍ତି।ବ୍ୟାଙ୍କ, ବ୍ଲକ, ମୋସେବା କେନ୍ଦ୍ର, ଜନସେବା କେନ୍ଦ୍ର, ଅଙ୍ଗନବାଡ଼ି କେନ୍ଦ୍ର ଦିନ ସାରା ଘୁରି ବୁଲୁଛନ୍ତି।ସରକାରଙ୍କ ପକ୍ଷରୁ ଯେଉଁ ନୀତି ମାର୍ଗଦର୍ଶିକା ଜାରି କରିଛନ୍ତି ତାହା ମହିଳା ମାନେଙ୍କୁ ସତେତନତା କରାଯାଇ ନଥିବା ଅଭିଯୋଗ ହେଉଛି।ସରକାରଙ୍କ ପକ୍ଷରୁ ସ୍ୱଷ୍ଟ ଭାବେ ନିୟମାବଳୀ ଅନୁଯାୟୀ ଆଧାର ସହ ମୋବାଇଲ୍ ସଂଯୋଗ,ଏବଂ ବ୍ୟାଙ୍କ ଖାତା ସହ ମୋବାଇଲ୍ ସଂଯୋଗ ଏସଓପି ଜାରି କରିଥିବା ବେଳେ ରାସନ୍ କାର୍ଡ ଅଙ୍ଗନାବାଡ଼ି କେନ୍ଦ୍ରରେ ମାଗିବା ମହିଳା ମାନେ ଦ୍ଵନ୍ଦରେ ପଡିଛନ୍ତି।ମହିଳା ମାନେ ଇଣ୍ଟରନେଟ ଜୁନ୍ ରେଆଧାର କାର୍ଡ ମୋବାଇଲ ନମ୍ବର ସଂଯୋଗ କରିବା ପାଇଁ ନାହିଁ ନଥିବା ଶୋଷଣ ର ଶିକାର ହେଉଥିବା ଅଭିଯୋଗ ହେଉଛି। ସରକାରଙ୍କ ଧାର୍ଯ୍ୟ ମୂଲ୍ୟ ୫୦ଟଙ୍କା ରହିଥିବା ବେଳେ ଠାରୁ ଅଧିକ ୨୦୦ ସହ ଟଙ୍କା ନେଉଛନ୍ତି। ବ୍ୟାଙ୍କ ଖାତାରେ ଫୋନ୍ ନମ୍ୱର୍ ସଂଯୋଗ କରିବା ପାଇଁ ମହିଳାଙ୍କ କାନାରା ବ୍ୟାଙ୍କ , ଷ୍ଟେଟ ବ୍ୟାଙ୍କ,ଗ୍ରାହକ ସେବାକେନ୍ଦ୍ର ଲମ୍ବା ଧାଡ଼ି ରେ ଠିଆ ହୋଇ ପୁରା ଦିନ ଚାଲିଯାଉଛି। ସରକାରଙ୍କ ଯୋଜନାରେ ସାମିଲ ହେବାକୁ ସ୍ୱଳ୍ପ ସମୟ ରହିଥିବା ବେଳେ ହିତାଧିକାରୀ ଙ୍କ ଉତ୍କଣ୍ଠା ପରିଲକ୍ଷିତ ହେଉଛି। ରାସନ୍ କାର୍ଡ ରେ କେତେକ ମହିଳା ମାନଙ୍କର ନାମ ସଂଯୋଗ ହୋଇନଥିବା ଯୋଗୁଁ ସେମାନଙ୍କୁ ସୁଭଦ୍ରା ଯୋଜନା ର ଫର୍ମ ମିଳୁନାହିଁ ଏନେଇ ଦ୍ଵନ୍ଦ ରେ ପଡିଛନ୍ତି ହିତାଧିକାରୀ।ଯୋଜନାର ଲାଭ ପାଇବା ପାଇଁ ଏବେ ଗ୍ରାମାଞ୍ଚଳ ର ମହିଳା ମାନେ ମାଳ ମାଳ ହୋଇ ଘୁରି ବୁଲୁଛନ୍ତି। ଉକ୍ତ ଯୋଜନାର ପ୍ରଶାସନିକ ଅଧିକାରୀ ବିଭାଗୀୟ ଅଧିକାରୀ ପକ୍ଷରୁ ସଠିକ ଭାବେ ସୂଚନା ଜାରି କରନ୍ତି ତାହାହେଲେ ସରକାରଙ୍କ ଯୋଜନା ରେ ପ୍ରକୃତ ହିତାଧିକାରୀ ଉପକୃତ ହୋଇପାରିବେ। ସାନଖେମୁଣ୍ଡି ଗୋଷ୍ଠି ଉନ୍ନୟନ ଅଧିକାରୀ ଜିତେନ୍ଦ୍ର କୁମାର ମିଶ୍ର କହିଛନ୍ତି ସରକାରଙ୍କ ଯେଉଁ ମାର୍ଗଦର୍ଶିକା ଜାରି କରିଛନ୍ତି ଯାହାକି ସମସ୍ତ ପଞ୍ଚାୟତରେ ମହିଳା ମାନଙ୍କୁ ସତେତନତା କରାଯାଇଛି । ବ୍ୟତିବ୍ୟସ୍ତ ନହୋଇ ଯୋଜନାରେ ସାମିଲ ହେବାକୁ ଆବେଦନ କରନ୍ତୁ।ଏନେଇ ସିଡିପିଓ ଭବାନୀ ବେହେରା ଏବଂ ଯୋଗାଣ ନିରୀକ୍ଷକ ସୁବ୍ରତ କୁମାର ଚୌଧୁରୀ ଙ୍କୁ ପଚାରିବାରୁ ସେ କହିଲେ ସୁଭଦ୍ରା ଯୋଜନା ର ଫର୍ମ କମ ଆସିବା ଯୋଗୁଁ ରାସନ୍ କାର୍ଡ ରେ ରହିଥିବା ମହିଳା ମାନଙ୍କୁ ଦିଆଯାଉଛି ।ପୁଣି ଫର୍ମ ଆସିଲେ ଏହି ଯୋଜନାରେ ରାସନ୍ କାର୍ଡ ରେ ନାମ ନଥିବା ମହିଳା ଙ୍କୁ ସାମିଲ କରାଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ