ସୁମଣ୍ଡଳ ପଞ୍ଚାୟତରେ ପୁଣି ତେଜିଲା ମଦ ବିରୋଧୀ ଆନ୍ଦୋଳନ
କୋଦଳା: (ଗୁଲସନ୍ କୁମାର କର)ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକର ସୁମଣ୍ଡଳ ପଞ୍ଚାୟତ ରେ ମଦ ବିରୋଧୀ ଆନ୍ଦୋଳନ ପୁଣି ତେଜିଛି । ପଂଚାୟତରେ ମଦ ଦୋକାନ ବନ୍ଦ ସହ ଗ୍ରାମର 400ରୁ500 ମହିଳା ବାଣିଆବାଡି-ଅଙ୍ଗାର ଗାଁ-ସୁମଣ୍ଡଳ ରାସ୍ତା ଅବରୋଧ କରିଥିଲେ। ସ୍ଥାନୀୟ ଯୁବକ ଓ ଗାଁ ମୁରବିମାନେ ସେମାନଙ୍କ ସହିତ ବିକ୍ଷୋଭ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ସ୍ଥାନୀୟ ଅଞ୍ଚଳରୁ ସରକାରୀ ମଦଦୋକାନ ଓ ସମସ୍ତ ଚୋରା ଦୋକାନ ନ ବନ୍ଦ ହେବାଯାଏ, ଏହି ଆନ୍ଦୋଳନ ଚାଲୁ ରହିବବୋଲି ସେମାନେ ଜିଲ୍ଲା ପ୍ରସାଶନକୁ ଚେତାବନୀ ଦେଇଛନ୍ତି ।୧୫ ଦିନ ପୂର୍ବେ ମହିଳାମାନେ ରାଲି କରି ମଦ ବିରୋଧୀ ସ୍ଲୋଗାନ ଦେଇ ଗଞ୍ଜାମ ଜିଲ୍ଲାପାଳ,ଅବକାରୀ ଅଧିକ୍ଷକଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।ପୁଣି ଆଜିର ଏହି ଆନ୍ଦୋଳନ ପରିସ୍ଥିତିକୁ ସଙ୍ଗିନ କରିଛି।ଆଜିର ଘଟଣା ସ୍ଥଳରେ କୋଦଳା ତହସିଲଦାର ପ୍ରଭାତ କୁମାର ପରିଡା,କୋଦଳା ଥାନାଧିକାରୀ ଦିଲ୍ଲୀପ କୁମାର ସାହୁ,ବେଗୁନିଆପଡା ଫାଣ୍ଡି ଅଧିକାରୀ ଦୀପ୍ତି ରଞ୍ଜନ ବେହେରା, ଅବକାରୀ ବିଭାଗ ଇନିସ୍ପେକ୍ଟର ନବସ୍ମିତା ନାୟକ ପ୍ରମୁଖ ଉପସ୍ଥିତ ରହି ଲୋକଙ୍କୁ ବୁଝାସୁଝା କରିଥିଲେ।


