ସୁରକ୍ଷାକର୍ମୀଙ୍କ ଗୁଳିରେ ଆତଙ୍କବାଦୀ ନିହତ
ବନ୍ଦିପୋରା: ଜମ୍ମୁ-କଶ୍ମୀରର ବନ୍ଦିପୋରାଠାରେ ରବିବାର ସୁରକ୍ଷା ବଳ ଓ ଆତଙ୍କବାଦୀଙ୍କ ଭିତରେ ହୋଇଥିବା ଗୁଳି ବିନିମୟରେ ଜଣେ ଆତଙ୍କବାଦୀ ନିପାତ ହୋଇଥିବା ସୂଚନା ରହିଛି । ଭାରତୀୟ ସେନା ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ରବିବାର ଅପରହ୍ନରେ ହୋଇଥିବା ଏହି ଗୁଳି ବିନିମୟରେ ଜଣେ ଆତଙ୍କବାଦୀ ଏନକାଉଣ୍ଟରରେ ନିହତ ହୋଇଛି । ତେବେ, ମୃତକ ଆତଙ୍କବାଦୀର ଏପର୍ୟ୍ୟନ୍ତ ପରିଚୟ ମିଳିନାହିଁ ।ସଂପୃକ୍ତ ଅଞ୍ଚଳରେ ସେନା ପକ୍ଷରୁ ହେଉଥିବା ସର୍ଚ୍ଚ ଅପରେସନ ଏବେ ବି ଜାରି ରହିଛି । ଏହି ଗୁଳି ବିନିମୟରେ କେହି ହେଲେ ସୁରକ୍ଷା କର୍ମୀ ଆହତ ହୋଇନଥିବା ସୂଚନା ରହିଛି । ଭାରତୀୟ ସେନା, ସ୍ପେସିଆଲ୍ ଅପରେସନ ଟିମ୍(ଏସ୍ଓଜି) ଏବଂ ସିଆରପିଏଫ୍ ପକ୍ଷରୁ ହୋଇଥିବା ଏକ ମିଳିତ ଅପରେସନରେ ଆତଙ୍କବାଦୀଙ୍କୁ ଚିହ୍ନଟ କରାଯିବା ପରେ ଆତଙ୍କବାଦୀଙ୍କ ପକ୍ଷରୁ ବି ଗୁଳି ଚାଳନା ହୋଇଥିଲା । ଦୀର୍ଘ ସମୟ ଧରି ଏପରି ଗୁଳିଚାଳନା ହେବା ପରେ ଭାରତୀୟ ଯବାନଙ୍କୁ ଗୁଳିରେ ଆତଙ୍କବାଦୀ ଜଣକ ଟଳି ପଡ଼ିଥିବା ସୂଚନା ରହିଛି ।