ସୁରକ୍ଷାକର୍ମୀ ଏନକାଉଣ୍ଟରରେ ୨ ଆତଙ୍କୀ ନିପାତ

ଜାମ୍ମୁ-କାଶ୍ମୀର ସୋପିଆନ ଜିଲ୍ଲାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ଗୁଳି ବିନିମୟରେ ସୁରକ୍ଷାକର୍ମୀ ଗୁଳିରେ ୨ ଜଣ ଆତଙ୍କୀ ନିପାତ ହୋଇଛନ୍ତି ।ଗୁଇନ୍ଦା ବିଭାଗ ତରଫରୁ ସୋପିଆନ ଜିଲ୍ଲାରେ ଆତଙ୍କବାଦୀ ମାନେ ଲୁଚି ରହିଥିବା ଖବର ପାଇ ସେନା ତରଫରୁ ଆରମ୍ଭ କରାଯାଇ୍ଥିଲା । ଅପରେସନରେ ଯବାନ ମାନେ ପୁରା ଇଲାକାକୁ ଘେରିରହିଯାଇଥିଲେ । ଏହା ପରେ ଆତଙ୍କବାଦୀ ଓ ମାଓବାଦୀ ମାନଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଥିଲା । ସୁରକ୍ଷାକର୍ମୀ ଗୁଳିରେ ୨ ଆତଙ୍କୀ ନିପାତ ହୋଇଛନ୍ତି । ସୋପିଆନର ସାହେବ ଇଲାକାରେ ଆତଙ୍କୀ ମାନେ ଆହୁରି ଲୁଚି ରହିଥିବା ଅନୁମାନ କରି ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ