ପାଣିଟୋପେ ପାଇଁ ଯାତ୍ରୀ ହନ୍ତ ସନ୍ତ

ପାଣି ଟୋପେ ପାଇଁ ସାଧାରଣ ଜନତା ଓ ପଥିକ ମାନେ ଶୋଷ ମେଣ୍ଟାଇବା ପାଇଁ ଦହକ ବିକଳ ହେଉଛନ୍ତି । ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ରହୁଥିବା ବେଳେ ବିଭିନ୍ନ ସ୍ଥାନରେ ପ୍ରଶାସନ ତରଫରୁ ଜଳଛତ୍ର ଖୋଲା ଯାଇଥିଲେ ମଧ୍ୟ ଗଞ୍ଜାମ ଜିଲ୍ଲା କୁକୁଡାଖଣ୍ଡି ଅଞ୍ଚଳରେ ଜଳଛତ୍ର ଖୋଲା ହୋଇନଥିବାରୁ ସାଧାରଣ ଜନତା ଓ ଯାତ୍ରୀ ମାନଙ୍କର ମୁଖ୍ୟ ସମସ୍ୟା ଦେଖାଦେଇଛି ।ପାଣି ବୁନ୍ଦେ ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଯାତ୍ରୀ । ରାଜ୍ୟର ବିଭିନ୍ନ ସ୍ଥାନରେ ଜଳଛତ୍ର ଗୁଡିକ ଖୋଲା ଯାଇଥିଲେ ମଧ୍ୟ କୁକୁଡାଖଣ୍ଟି ଅଞ୍ଚଳରେ ଜଳଛତ୍ର ନଖୋଲିବା ପରିତାପର ବିଷୟ । କୁକୁଡାଖଣ୍ଡି ଛକ ଓ ବିଭିନ୍ନ ସ୍ଥାନରେ ଗତବର୍ଷ ଜଳଛତ୍ର ଖୋଲାଯାଇଥିଲେ ମଧ୍ୟ ଚଳିତ ବର୍ଷ ଗୋଟିଏ ବି ଜଳଛତ୍ର ଖୋଲାଯାଇନାହିଁ । କୁକୁଡାଖଣ୍ଟି ଛକରେ ସମସ୍ତ ଯାତ୍ରୀ ବାହି ବସ୍ ଗୁଡିକ ରହଣୀ ହୋଇଥିବାରୁ ବସରୁ ଓହ୍ଲାଇ ଯାତ୍ରୀ ମାନେ ପାଣି ମୁନ୍ଦେ ପାଇଁ ଦହକ ବିକଳ ହେଉଛନ୍ତି । ରାଜ୍ୟରେ ଦ୍ରୁତ ଗତିରେ ତାତି ବଢୁଥିବାରୁ ପାଣି ଟୋପଏ ପାଇଁ ଯାତ୍ରୀ ଓ ସାଧାରଣ ଜନତା ଅଂଶୁଘାତର ଶୀକାର ହୋଇପାରନ୍ତି । କୁକୁଡାୟଖଣ୍ଟି ବ୍ଲକର ବିଭିନ୍ନ ସ୍ଥାନରେ ଜଳଛତ୍ର ଖୋଲିବା ପାଇଁ ସାଧାରଣରେ ଦାବି ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ