ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କଲା ପୋଲିସ

ସୋରଡା, (ଯୁଗାବ୍ଦ ନ୍ୟୁଜ) ସୋରଡା ସ୍ଥିତ ଆକ୍ସିସ ବ୍ୟାଙ୍କରେ ସୋରଡା ପୋଲିସର ହଠାତ ଏକ ସୁରକ୍ଷା ଯାଞ୍ଚ ମୋକଡ୍ରିଲ ମାଧ୍ୟମରେ କରଯାଇଛି। ଆଜି ମଧ୍ୟାହ୍ନରେ ଦୁଇ ଜଣ କଳା ମୁଖଧାରୀ ଡକାୟତ ବ୍ୟାଙ୍କରେ ହଠାତ ଆସି ହାତରେ ପିସ୍ତଲ ଧରି ଭିତରକୁ ପଶିଥିଲେ। ଇତିମଧ୍ୟରେ ଶାଖା ପରିଚାଳକ ଜଣେ ଗ୍ରାହକ ସହ କଥା ହଉଥିଲେ। ଡକାୟତ ମାନଙ୍କୁ ଦେଖି ବେଙ୍କ ରେ ସୁରକ୍ଷା କର୍ମୀ ସଙ୍ଗେ ସଙ୍ଗେ ବେଙ୍କ ର ସଟର ବନ୍ଦ କରିଦେଇଥିଲେ। ଶାଖାପରିଚାଳକ ଡକାୟତ କୁ ଦେଖି ପାଲଟା ଆକ୍ରମଣ କରିବା ସହ ହାଥରୁ ପିସ୍ତଲ ଛଡାଇବା ପାଇଁ ଚେଷ୍ଟା କରିଥିଲେ। ଠିକ ଏତିକି ବେଳେ ବ୍ୟାଙ୍କ ର ଅନ୍ୟ ଜେନ କର୍ମଚାରୀ ପ୍ରତ୍ୟୁଷ ସାହୁ ସାଇରନ ବଯାଇଥିଲେ ସାଇରନ ଶୁଣି ଥାନା ଅଧିକାରୀ ପ୍ରଭାତ ସାହୁ ହଠାତ ବେଙ୍କ ରେ ପହଞ୍ଚି ଦୁଇ ଜଣ ଡକାୟତକୁ କାବୁ କରିଥିଲେ ଫଳରେ ବେଙ୍କ କରଯାଉଥିବା ଡକାୟତ ଯୋଜନା ପଣ୍ଡ ହୋଇଥିଲା। ବେଙ୍କ ରେ ଡକାୟତ ହୋଇଥିବା ଦେଖି ହଠାତ ବହୁ ଲୋକ ସେଠାରେ ରୁଣ୍ଡ ହୋଇଥିବା ବେଳେ ଶେଷରେ ଜଣା ପଡିଥିଲା ଏହା ପୁଲିସ ର ବ୍ୟାଙ୍କରେ ଥିବା ସୁରକ୍ଷା ଯାଞ୍ଚ ଓ ବେଙ୍କ କର୍ମଚାରୀ କେତେ ସୁରକ୍ଷା ପ୍ରତି ସଚେତନ ଅଛନ୍ତି ତାହା ଜାଣିବା ପାଇଁ ସୋରଡା ପୋଲିସ ତରଫରୁ ଏକ ମୋକଡ୍ରିଲ ଥିଲା। ତେବେ ଏହା ପୋଲିସ ର ଏକ ପ୍ରକ୍ରିୟା ଏଥିରେ କୌଣସି କ୍ଷତି କିମ୍ବା ଭୟଭୀତ ହେବାର ଆବାସିକ ନାହି ବୋଲି ଥାନା ଅଧିକାରୀ ପ୍ରଭାତ ସାହୁ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ