୩୭୦ ଉଛେଦ ପରେ ସହରରେ ଖୁସିର ଲହରୀ
ସୋରଡା , (ଯୁଗାବ୍ଦ ନ୍ୟୁଜ) ୩୭୦ ଧାରା ଉଛେଦ ପରେ ସହର ରେ ଖୁସିର ଲହରୀ ଖେଳିଯାଇଛି। ସାରା ଭାରତ ରେ ଏ ନେଇ ଖୁସି ରେ ସମସ୍ତେ ଉଛବ ପାଳୁଥିବା ବେଳେ ସହର ରେ ମଧ୍ୟ ସହରବାସୀ ଖୁସି ମନାଉଥିବା ଦେଖିବାକୁ ମିଳିଛି। ସହର ରେ ସମସ୍ତେ ରାଜନୀତି ଓ ଦଳୀୟ ସ୍ବାର୍ଥରୁ ଉର୍ଦ୍ଧରେ ରହି କେନ୍ଦ୍ର ସରକାର ଙ୍କ ଏହି ନିସ୍ପତି କୁ ସ୍ଵାଗତ କରାଯାଇଛି। ଆଗକୁ ଦେଶ ୭୩ ତମ ସ୍ଵାଧୀନତା ଦିବସ ପାଳନ କରିବାକୁ ଥିବା ବେଲେ କେନ୍ଦ୍ର ସରକାର ଙ୍କ ଗୋଟିଏ ଦେଶ ଗୋଟିଏ ଜାତୀୟ ପତାକା ର ଯେଉଁ ପ୍ରଚେଷ୍ଟା ଥିଲା ତାହା ଏବେ ସଫଳ ହୋଇଛି ବୋଲି ସହର ବାସୀ ଙ୍କ ଠାରୁ ଶୁଣିବାକୁ ମିଳୁଛି।ଧାରା ୩୭୦ ଓ ୩୫ ଏ ର ଉଛେଦ ପରେ ଜାତୀୟ ଓ ଆନ୍ତର୍ଜାତିକ ସ୍ତର ରେ ଏ ନେଇ ଚର୍ଚା ଜୋର ଧରିଛି। ଚାରିଆଡେ ଭାରତ ତରଫରୁ ନିଆଯାଇଥିବା ଏହି ଐତିହାସିକ ପଦକ୍ଷେପ କୁ ସ୍ଵାଗତ କରାଯାଉଥିବା ବେଳେ ପାକିସ୍ତାନ କିନ୍ତୁ ଏହା ବିରୋଧରେ ଆନ୍ତର୍ଜାତିକ ନ୍ୟାୟାଳୟ ର ଦ୍ଵାରସ୍ଥ ହେବା ନେଇ ବିଭିନ୍ନ ମନ୍ତବ୍ୟ ଦେବାରେ ଲାଗିଛି। ଦୀର୍ଘ ୭୦ ବର୍ଷ ପରେ କେନ୍ଦ୍ର ସରକାର ଯେଉଁ ଭଳି ପଦକ୍ଷେପ ନେଇ ଏହି ଧାରାକୁ ଉଛେଦ କରିଛନ୍ତି ତାହା ସ୍ଵାଗତ ଯୋଗ୍ୟ ବୋଲି ସାଧାରଣ ରେ ଚର୍ଚା ଜୋର ଧରିଛି । ତେବେ ଏ ନେଇ କିନ୍ତୁ ସହର ର ଯୁବ ଗୋଷ୍ଠୀ ଓ ରାଜନୀତି ଓ ବୁଦ୍ଧିଜୀବୀ ମହଲରେ ଅନେକ ସ୍ଵାଗତ ଯୋଗ୍ୟ ମତ ପ୍ରକାଶ ପାଇଛି।ସମାଜସେବି ବଳଦେବ ପାଣିଗ୍ରାହୀଙ୍କ କହିବା ପ୍ରକାରେ ଏହି ଧାରା ମାଧ୍ୟମରେ ଜାମୁକାଶ୍ମୀର ବାସି କିଛି ସ୍ଵତନ୍ତ୍ର ସୁବିଧା ପାଉଥିଲେ ଏବଂ ଏହା କାହିଁକି ଦିଆଯାଇଥିଲା ତାହା ସ୍ଵାଧୀନତା ସମୟ ଓ ଭାରତ ବିଭାଜନ ଓ ଦେଶୀୟ ରାଜ୍ୟ ମିଶ୍ରଣ ଏକ ଅଂଶ ବିସେସ ଥିଲା ଏବଂ ଏହି ଧାରା ଲାଗୁହେବା ପରେ ମଧ୍ୟ କିଛି ବିଛିନ୍ଣତା ବାଦି ନେତା ମାନେ କେନ୍ଦ୍ର ସରକାରଙ୍କ ଉପରେ ଚାପ ପକାଇଥିଲେ ଯେ ଏହାକୁ ସ୍ଥାଇ ଭାବେ ପ୍ରଚଳନ କରାଯାଉ କିନ୍ତୁ କେନ୍ଦ୍ର ସରକାର ଏହାକୁ ଗ୍ରହଣ କରିନଥିଲେ। କିନ୍ତୁ ବର୍ତମାନ ଏହା ଉଛେଦ ପରେ ନିଶ୍ଚିତ ଭାବେ ଜାମୁ କାଶ୍ମୀର ଓ ଭାରତ ପାଇଁ ଏକ ସ୍ଵାଗତ ପଦକ୍ଷେପ। ଏବଂ ଭଭାତ ବର୍ଶ ରେ ବର୍ତମାନ ଗୋଟିଏ ନାଗରିକ ଗୋଟିଏ ପତାକା ଓ ଗୋଟିଏ ସମ୍ବିଧାନ ଓ ଗୋଟିଏ ଅଧିକାର ର ପ୍ରଚଳନ ଦେଶ ଅଖଣ୍ଡତା ଓ ଐକ୍ୟ ର ଏକ ବଳିଷ୍ଠ ଉଦାହରଣ ରୂପେ ସାରା ବିଶ୍ବରେ ପରିଚିତ ହୋଇ ପାରିଛି। ଜାମୁ କାଶ୍ମୀର କୁ କେନ୍ଦ୍ର ଶାସିତ ଅଞ୍ଚଳ ଘୋଷଣା ପରେ ବର୍ତମାନ ପି ଓ କେ କୁ ନେଇ ସରକାରଙ୍କ କଣ ପଦକ୍ଷେପ ରହିବ ସେଥିପ୍ରତି ସାରା ବିଶ୍ଵର ନଜର ରହିବ ବୋଲି ବୁଦ୍ଧିଯିବିମହଲରେଚର୍ଚ୍ଚା। ଯୁବଗୋଷ୍ଠୀ ଙ୍କ ମଧ୍ୟରେ ନୂତନ ଉଚ୍ଛାହ ଦେଖିବାକୁ ମିଳୁଥିବା ବେଳେ ଦେଶ ପୁଣିଥରେ ସ୍ଵାଧୀନ ହେଲା ବୋଲି ବହୁ ଯୁବ ପିଢି ଉଛାହିତ ଥିବା ଦେଖିବାକୁ ମିଳିଛି । ଆରଏସଏସ କାର୍ଯ୍ୟକର୍ତା ଶିଶିର ଦାଶ ଏହାକୁ ଏକ ଯୁଗାନ୍ତକାରୀ ପଦକ୍ଷେପ କହିବା ସହ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କୁ ଏହି ସଫଳତା ପାଇଁ କୃତଜ୍ଞତା ଜ୍ଞାପନ କରିଛନ୍ତି । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତି ଆତଙ୍କ ବାଦ ରୋକିବା କ୍ଷେତ୍ର ରେ ଏକ ବଡ ପଦକ୍ଷେପ ହୋଇଥିବା ବେଳେ କାଶ୍ମୀର ବାସୀଙ୍କ ପାଇଁ ଏକ ଯୁଗାନ୍ତ କାରୀ ନିଷ୍ପତି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚା ଜୋରଧରିଛି। ତେବେ ବିରୋଧୀ ରାଜନୀତି ମହଲରେ କେନ୍ଦ୍ର ସରକାର ଏହି ନିସ୍ପତି କୁ ନେବା ପୂର୍ବ ରୁ ସମ୍ବିଧାନ ପ୍ରଦତ ନିର୍ଦେଶନାମା ପ୍ରତି ଧ୍ୟାନଦେବାର ଆବଶ୍ୟକତା ଥିଲା ବୋଲି ଅଲୋଚନ ହେଉଛି। ଦେଶରେ କଂଗ୍ରେସ ସମେତ କିଛି ଦଳ ଏହାକୁ ଏକ ଚାଟିଆ ନିସ୍ପତି ଏବଂ ଏଥିରେ ଭବିଷ୍ୟତ ରେ ଦେଶ ପ୍ରତି ବିପଦ ରହିଥିବା କହୁଥିବା ବେଳେ ସହରରେ ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ ଓ ଯୁବ ଗୋଷ୍ଠୀ ସମସ୍ତେ ଏହି ନିଷ୍ପତି କୁ ସ୍ଵାଗତ କରିଛନ୍ତି।


