ସୁରଭି କାର୍ଯ୍ୟକ୍ରମ ପ୍ରତିଭାକୁ ବିକଶିତ କରେ
ଆରଡି, (ଆଲୋକ ଚନ୍ଦ୍ର ନାୟକ):ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର ମଠଡିହ କ୍ଲଷ୍ଟର ଅନ୍ତର୍ଗତ ଏସ.ଡି.ପାଟଣା ଉ.ପ୍ରା. ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ସି.ଆର.ସି.ସି. ଦେବବ୍ରତ ରାଉତ ଏହି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅନିଲ କୁମାର ଦାସ, ସି.ଆର.ସି.ସି. ନିକୁଞ୍ଜ ବିହାରୀ କର କାର୍ଯ୍ୟକ୍ରମ ଉଦ୍ଦେଶ୍ୟ ସଂପର୍କରେ ଆଲୋକପାତ କରିଥିଲେ । କୁନିକୁନି ଶିଶୁଙ୍କ ପ୍ରତିଭାକୁ ବିକଶିତ କରିବାରେ ସୁରଭିର ଭୂମିକା ଗୁରୁତ୍ବପୂର୍ଣ୍ଣ ବୋଲି ନିଜ ନିଜ ବକ୍ତବ୍ୟରେ କହିଥଲେ । ସଙ୍ଗୀତ, ନୃତ୍ୟ, ବକ୍ତୃତା, ତର୍କ, ଡ୍ରଇଁ, ପ୍ରବନ୍ଧ, ସୃଜନଶୀଳ ଲିଖନ, ଦଳଗତ ସାସ୍କୃତିକ ଆଦି ପ୍ରତିଯୋଗୀରେ ଛାତ୍ରଛାତ୍ରୀ ମାନେ ପ୍ରତିଯୋଗୀ ଭାବେ ଯୋଗଦେଇ କୃତିତ୍ବ ପ୍ରତିପାଦନ କରିଥିଲେ । ବରିଷ୍ଠ ଶିକ୍ଷକ ରଞ୍ଜିବ କୁମାର ରାଉତ, ଦୀଲିପ ଶେଖର ନାୟକ, ସୁଶାନ୍ତ ବିଶ୍ବାଳ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସହାୟତା କରିଥିଲେ । ସେହିପରି ଧାମନଗର ବ୍ଲକର ବାପୁଜୀ ନୋଡାଲ ହାଇସ୍କୁଲ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ଅନିଲ କୁମାର ବଳ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସାଧୁ ଚରଣ ଷଡଙ୍ଗୀ, ଏମ.ଡି. ହାଇସ୍କୁଲ ପ୍ରଧାନ ଶିକ୍ଷକ ଅକ୍ଷୟ କୁମାର ହୋତା, ସିଆରସିସି ପ୍ରଦୀପ କୁମାର ଦାଶ, ପ୍ରଧାନ ଶିକ୍ଷକ ପ୍ରଶାନ୍ତ ଦାସ, ଅବସରପ୍ରାପ୍ତ ଶିକ୍ଷକ ସୁରେନ୍ଦ୍ର ବାରିକ, ବରିଷ୍ଠ ଶିକ୍ଷକ ଚିତ୍ରଭାନୁ ଦାସ, ଅଜୟ କୁମାର ବେହେରା, ମଞ୍ଜୁରାଣୀ ଦାସ ପ୍ରମୁଖ ସୁରଭି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କ ବୌଦ୍ଧିକ ଜ୍ଞାନ ବୃଦ୍ଧିରେ ସହାୟକ ହୁଏ ବୋଲି ମତପୋଷଣ କରିଥିଲେ । ପ୍ରତିଯୋଗୀଙ୍କ ମଧ୍ୟରୁ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଭାଙ୍କୁ ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମକୁ ଉନ୍ନୀତ କରାଯାଇଥିଲା । ୨ ବର୍ଷ ପରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବାରୁ ଶିଶୁ ମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା ।