ସୁରେନ୍ଦ୍ରଙ୍କୁ ସ୍ୱର୍ଣ୍ଣ ପଦକ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଭଣ୍ଡାରିପୋଖରୀ ବ୍ଲକ ରହଣିଆ ଗ୍ରାମର ସୁରେନ୍ଦ୍ର ଦାସଙ୍କୁ ପୁରୁଷ ସୁନ୍ଦର ସ୍ୱାସ୍ଥ୍ୟ ପ୍ରଦର୍ଶନୀରେ ସ୍ୱର୍ଣ୍ଣ ପଦକ ମିଳିଛି। ସୁରେନ୍ଦ୍ର ଦୀର୍ଘ ୩ବର୍ଷ ହେବ ବଡ଼ିବିଲ୍ଡିଂ ଓ ପୁରୁଷ ସୁନ୍ଦର ସ୍ୱାସ୍ଥ୍ୟ ପ୍ରଦର୍ଶନୀ ପ୍ରତିଯୋଗିତାରେ ନିରନ୍ତର ଭାଗ ନେଉଥିବା ବେଳେ ଏଯାବତ ସେ ୮ଟି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ସମ୍ପ୍ରତି ପୁରୀ ଠାରେ ମିଷ୍ଟର ୟୁନକ୍ୟୁସି ପକ୍ଷରୁ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ୨୩ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। ଓଡିଶା ସମେତ ଆସାମ, ଛତିଶଗଡ଼, ଦିଲ୍ଲୀ, ମହାରାଷ୍ଟ୍ର ପ୍ରମୁଖ ରାଜ୍ୟର ପ୍ରତିଯୋଗୀ ମାନେ ସୁନ୍ଦର ସ୍ୱାସ୍ଥ୍ୟ ପ୍ରଦର୍ଶନ କରିଥିଲେ। ତନ୍ମଧ୍ୟରୁ ସମସ୍ତଙ୍କୁ ପଛରେ ପକାଇ ସୁରେନ୍ଦ୍ର ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ଏନେଇ ବିଭିନ୍ନ ମହଲରୁ ତାଙ୍କୁ ବିପୁଳ ସ୍ୱାଗତ ଜଣାଯାଇଛି।


