ପ୍ରତିମୂର୍ତ୍ତି ଉନ୍ମୋଚିତ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଭଣ୍ଡାରିପୋଖରୀ ବ୍ଲକ ନଗୁଆଁ ଗ୍ରାମପଞ୍ଚାୟତ ଡଗରପଡା ଠାରେ ସମାଜ ସେବୀ ଶଶିକାନ୍ତ ନାୟକଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି। ମହିଳା ସଂଗଠିକା ମାନସୀ ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ବିଧାୟକଙ୍କ ପ୍ରତିନିଧି ଇଂ ପ୍ରୟାସକାନ୍ତି ସାମଲ ଯୋଗଦେଇ ସ୍ଵର୍ଗତ ନାୟକଙ୍କ ସମାଜ ପ୍ରତି ରହିଥିବା ସମର୍ପିତ ସେବା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭ୍ୟ ଲକ୍ଷ୍ମୀଧର ସାହୁ, ସମାଜ ସେବୀ ରାଜେନ୍ଦ୍ର ଖଣ୍ଡାଇ, ହେମନ୍ତ ଜେନା, ଅଭୟ ବେହେରା, ଶିକ୍ଷାବିତ ଵିଜୟ ମଲ୍ଲିକ, ସହକାରୀ ଯନ୍ତ୍ରୀ ହୃଦାନନ୍ଦ ଜେନା, ଶିଵ ନାରାୟଣ ପାଣି, ନିଳାମ୍ବର ସାହୁ, ଜୟନ୍ତ ମହାନ୍ତି ପ୍ରମୁଖ ଯୋଗଦେଇ ଦିବଂଗତ ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ। ଏହି ଅବସରରେ ନିରୂପମା ନାୟକଙ୍କ ସଂଯୋଜନାରେ ଅତିଥି ମାନଙ୍କ ଦ୍ଵାରା ସ୍ଵର୍ଗତ ନାୟକଙ୍କ ଏକ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଥିଲା।ଯୁଵ ସାମାଜିକ କର୍ମୀ ଚିନ୍ମୟ ନାୟକ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।


