ସୁଲଣ ପଞ୍ଚାୟତରେ କଲ୍ୟାଣ ମଣ୍ଡପ ନକରି ଅନୁଦାନ ଟଙ୍କା ଉଠାଇନେଲେ

ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍‌) : ହାଟଡିହି ବ୍ଲକ ସୁଲଣ ପଞ୍ଚାୟତରେ ବ୍ୟାପକ ଅନିୟମିତତା ନେଇ ବାରମ୍ବାର ଅଭିଯୋଗ ମାନ ହେଉଥିଲେ ମଧ୍ୟ ପ୍ରଶାସନ କାହିଁକି କୌଣସି ପଦକ୍ଷେପ ନେଉନାହିଁ ଏହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପଞ୍ଚାତର ୱାର୍ଡସଭ୍ୟସଭ୍ୟା ମାନେ ବ୍ଲକର ବିଡିଓ, ଜିଲ୍ଲାପାଳଙ୍କୁ ଭେଟି ପଞ୍ଚାୟତର ଦୁର୍ନ୍ନିତି ସମ୍ପର୍କରେ ବାରମ୍ବାର ଅଭିଯୋଗ କରି ଆସୁଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ଠୋସ ପଦକ୍ଷେପ ନିଆଯାଇ ନଥିବାରୁ ୱାର୍ଡ ସଭ୍ୟସଭ୍ୟାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଗତ ୨୦୧୮/୧୯ ଆର୍ôଥକ ବର୍ଷରେ ଗତ ଫେବୃୟାରୀ ମାସରେ ସ୍ୱତନ୍ତ୍ର ଅନୁଦାନରେ ଏକ କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ୧୦ଲକ୍ଷ ଟଙ୍କା ଯୋଗାଇ ଦିଆଯାଇଥିବା ବେଳେ କଳ୍ୟାଣ ମଣ୍ଡପ ନିର୍ମାଣ ନକରି ସେହି ଟଙ୍କାକୁ ଉଠାଇ ନିଆଯାଇଥିବା ନେଇ ଅଭିଯୋଗ ହୋଇଛି । ୱାର୍ଡ ସଭ୍ୟସଭ୍ୟାଙ୍କ ଅଭିଯୋଗ ଅନୁଯାଇ ପଞ୍ଚାୟତରେ ଦୀର୍ଘ ଦିନ ହେଲା ମାସିକ ବୈଠକ ବସୁନଥିବାବେଳେ ସରପଞ୍ଚ ୱାର୍ଡ ସଭ୍ୟସଭ୍ୟା ମାନଙ୍କୁ ନଜଣାଇ ମନଇଛା କାର୍ଯ୍ୟ କରୁଛନ୍ତି । ୨୦୧୭/୧୮ ରେ ପଞ୍ଚାୟତକୁ ମିଳିଥିବା ୨୩ଲକ୍ଷ ୩୨ହଜାର ଟଙ୍କାକୁ କେଉଁଠି ଓ କିପରି ଭାବେ ଖର୍ଚ୍ଚ କରାଗଲା ତାହାର କୌଣସି ହିସାପତ୍ର ନଥିବାବେଳେ ୨୦୧୮/୧୯ରେ ଆସିଥିବା ୨୬ଲକ୍ଷ ୨୬ହଜାର ଟଙ୍କାର ଅନୁଦାନକୁ ହେରଫେର କରାଯାଇଥିବା ୱାର୍ଡ ସଭ୍ୟା ମାନେ ଅଭିଯୋଗ କରିଛନ୍ତି । ସେହିପରି ଗତ ଫେବୃୟାରୀ ମାସରେ ସ୍ୱତନ୍ତ୍ର ଅନୁଦାନରେ ଏକ କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ୧୦ଲକ୍ଷ ଟଙ୍କା ପଞ୍ଚାୟତକୁ ଯୋଗାଇ ଦିଆଯାଇଥିଲା୧ କିନ୍ତୁ ପଞ୍ଚ।।ତ କର୍ତ୍ତୁପକ୍ଷ କଳ୍ୟାଣ ମଣ୍ଡପ ନିର୍ମାଣ ନକରି ସେହି ଟଙ୍କାକୁ ଉଠାଇ ନିଆଯାଇଛନ୍ତି । ସେହିପରି ପୁର୍ବତନ ନିର୍ବାହୀ ଅଧିକାରୀ ବ୍ଲକରୁ ରିଲିଭ ହେଲା ପରେବି ସରପଞ୍ଚ ଓ ନିର୍ବାହୀ ଅଧିକାରୀ ବିଡିଓଙ୍କ ବିନା ଆପ୍ରୁଭାଲରେ ୫ଲକ୍ଷ ୬୦ହଜାର ଟଙ୍କା ଉଠାଇ ନେଇଥିଲେ । ଯାହାଦ୍ୱାରାକି ଗତ ଦୁଇବର୍ଷ ହେଲା ପଞ୍ଚାୟତରେ କୌଣସି ଉନ୍ନୟନ ମୁଳକ କାର୍ଯ୍ୟ ହୋଇପାରି ନାହିଁ । ଏପରିକି ଆଜି ପର୍ଯ୍ୟନ୍ତ ପୁର୍ବତନ ପିଇଓ ଦାୟିତ୍ୱ ହସ୍ତାନ୍ତର କରି ନଥିବାରୁ ପଞ୍ଚାୟତର କାର୍ଯ୍ୟ ଏକ ପ୍ରକାର ÷ଅଚଳ ହୋଇ ପଡିଛି । ଏ ସମ୍ପର୍କରେ ବିଡିଓ ସୁଶାନ୍ତ କୁମାର ବାରିକଙ୍କୁ ପଚାରିବାରେ ସେ ଏନେଇ ଜିପିଓଙ୍କ ଦ୍ୱାରା ତଦନ୍ତ କରାଇ ଡିପିଓଙ୍କୁ ରିପୋର୍ଟ ପଠାଇଛନ୍ତି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଆସିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ