ସୁଲାଇପାଟ ଖଣିର ମୋରମ,ମାଟି,ପଥର ଡମ୍ପି ଯୋଗୁଁ ଚାଷଜମି ନଷ୍ଟ
ରାଇରଙ୍ଗପୁର (ଅକ୍ଷୟ ବିଶ୍ୱାଳ): ମୟୂରଭଂଜ ଜିଲ୍ଲାର ଦିର୍ଘବର୍ଷ ପରେ ସୁଲାଇପାଟ ଲୌହଖଣିରୁ ଲୌହ ପଥର ଖନନ ଆରମ୍ଭ ହୋଇଛି ।ଏହି କମ୍ପାନୀ ବିରାଟ ଚନ୍ଦ୍ର ଡୋଗରା ଅଧିନରେ ଚାଲିଛି ।ଏହି ଖଣିକୁ ଖନନ କରିବା ପାଇଁ ତ୍ରିବେଣୀ କମ୍ପାନୀକୁ ଦାୟିତ୍ବ ଦେଇଛନ୍ତି ।ହେଲେ କମ୍ପାନୀ ସୁଲାଇପାଟରୁ ଖଣିଜ ପଦାର୍ଥ ଖନନ ଅରି ନିକଟସ୍ଥ ଶାଳବଣରେ ସଂରକ୍ଷିତ କରୁଛି ।ଶାଳବଣକୁ ଲାଗି ଚାଷୀଙ୍କର ଶହ ଶହ ଏର ଜମି ଅଛି ।ଏହି ଡମ୍ପିଂ ଫଳରେ ଶାଳଜଙ୍ଗଲ ନଷ୍ଟ ହେଉଛି ।ମୋରମ,ମାଟି,ପଥର ମିଶା ଆବର୍ଜନ ପଦାର୍ଥ ବର୍ଷା ପାଣିରେ ଧୋଇ ହୋଇ ସୁଲାଇପାଟ ବନ୍ଧରେ ପଡୁଛି ଯାହାଫଳରେ ସୁଲାଇପାଟ ବନ୍ଧ ଦିକୁ ଦିନ ପୋତି ହୋଇ ଯାଉଛି ।ଯାହାର ପ୍ରଭାବରେ ବନ୍ଧର ଜଳଧାରଣ କ୍ଷମତା ହ୍ରାସ ପାଉଛି ।ସେହିଭଳି କେନାଲରେ ପଶୁଛି ଏବଂ କେନାଲ ମଧ୍ୟ ପୋତି ହୋଇ ଯାଉଛି ।ସେହି ଆବର୍ଜନା ପ୍ରଦାର୍ଥ ଲୋକମାନଙ୍କର ଚାଷଜମିରେ ପଶି ଜମି ପୋତି ହୋଇ ଯାଉଛି ।ଲୋକମାନେ କେବଳ ଏକମାତ୍ର ଚାଷ ଉପରୃ ନିର୍ଭର କରନ୍ତି । ସେଥିରେ ସେମାନେ ଜୀବିକା ନିର୍ବାହ କରନ୍ତି ।ତେଣୁ ଚାଷ ଜମି ଶହ ଶହ ବର୍ଷ ଧରି ଚାଷ ଜମି ହରାଇବା ସହ ଜୀବିକା ଠପ୍ ହୋଇଯିବ ।ତଦସହ ମନଇଛା ପାହାଡରେ ବ୍ଲାଷ୍ଟିଂ କରାଯାଉଥିବାରୁ ପରିବେଶ ନଷ୍ଟ ହେଉଛି ।ଜଙ୍ଗଲର ଜୀବଜନ୍ତୁ ପ୍ରାଣବିକଳରେ ଗାଁ ମୁହାଁ,ସହର ମୁହାଁ ହେଉଛନ୍ତି ଏବଂ ଅକାଳରେ ମୃତ୍ୟୁବରଣ କରୁଛନ୍ତି ।ଜଙ୍ଗଲର ଶହଶହ ଗଛ ନଷ୍ଟ ହେଉଛି ।ବାରୁଦ ଦୁର୍ଗନ୍ଧ ଯୋଗୁଁ ଗ୍ରାମବାସୀମାନଙ୍କ ସ୍ବାସ୍ଥ୍ୟ ବିପନ୍ନ ।ବିଭିନ୍ନ ରୋଗରେ ଶିକାର ହେଉଛନ୍ତି ।ଏହାକୁ ନେଇ ଖଣି ପ୍ରଭାବିତ ଅଂଚଳ ମୁରୁମଡିହି,ନଙ୍ଗଳଶିଳା,ଉକାମ,ବଣକାଟୀ,କେଶରଗଡିଆ,ମୟୂରଦର,କୁମୁଡାଶୋଳ,ନିଶ୍ଚିନ୍ତପୁର,ଚଣ୍ଡିଦା,ହାତୀଶିକୁଳି,ଟିଆକାଟି,ଭୁଡ୍ରୁକଲ,ଖଣ୍ଡାଡେରା,ବାଲିକୋଠା ଗ୍ରାମର ଶତାଧିକ ଗ୍ରମବାସୀ,ଚାଷୀ ରବିବାର ଦିନ ମୁରୁମଡିହି ହାଟପଡିଆରେ ଗ୍ରାମ ପ୍ରଧାନ ଶ୍ୟାମ ଚରଣ ଟୁଡୁଙ୍କ ସଭାପତିତ୍ବରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।ଗ୍ରାମବାସୀମାନେ ଖଣି ମାଲିକଙ୍କ ମନମାନି ଓ ଚାଷୀମାରଣ,ପରିବେଶ ନଷ୍ଟ,ଜଙ୍ଗଲ ନଷ୍ଟ,ଖଡଖାଈ ବନ୍ଧ ପ୍ରତି ବିପଦ ଉପରେ ବିଷୋଦଗାର କରିଥିଲେ ।ଏହାକୁ ନେଇ ଚାପା ଉତ୍ତେଜନା ଦେଖାଦେଇଥିଲା ।ବାଦାମପାହାଡ ପୋଲିସ ମଧ୍ୟ ଉପସ୍ଥିତ ରହି ଲୋକମାନଙ୍କୁ ବୁଝାଉଥିଲେ ।ପରେ ସମସ୍ତଙ୍କ ଉପସ୍ଥିତିରେ ସମସ୍ତଙ୍କ ଦସ୍ତଖତ ସହ ଏକ ଲିଖିତ ଦାବିପତ୍ର କାର୍ୟ୍ୟରତ କମ୍ପାନୀ କର୍ମଚାରୀଙ୍କ ମାଧ୍ୟମରେ କମ୍ପାନୀ ମାଲିକ ବିରାଟ ଚନ୍ଦ୍ର ଡୋଗରାଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ ।ଖୁବ ଶିଘ୍ର ଯଦି କମ୍ପାନୀ ମାଲିକ ସମସ୍ୟାସମାଧାନ ପ୍ରତି ପଦକ୍ଷେପ ନ ନିଅନ୍ତି ତାହାହେଲେ ଆଗାମିଦିନରେ ଆନ୍ଦୋଳନକୁ ତିବ୍ରତର କରାଯିବ