ସୁଶାସନ ଦିବସ
ଜୟପୁର, (ଯୁଗାବ୍ଦ ନ୍ୟୁଜ):ପୂର୍ବତନ ପ୍ରଧାନ ମନ୍ତ୍ରୀ ସ୍ୱର୍ଗତଃ ଅଟଳ ବିହାରି ବାଜପାଇ ଙ୍କ ଜନ୍ମଦିନ ପାଳନ ଅବସରରେ ସୁଶାସନ ଦିବସ, ସ୍ଥାନୀୟ ଦକ୍ଷତା ବିକାଶ କେନ୍ଦ୍ର, କୋରାପୁଟ ଠାରେ ଅନୁଷ୍ଠିତ ହୋଇଯ଼ାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତଥା ଅନୁସୁଚିତ ଜାତି, ଜନଜାତି ଏବଂ ସଂଖ୍ୟାଲଘୁ ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗଦାନ କରିଥିଲେ ଓ ସମ୍ମାନିତ ଅତିଥି ଭାବରେ ବିଧାୟକ କୋରାପୁଟ ଶ୍ରୀ ରଘୁରାମ ମାଛ ଯୋଗଦାନ କରିଥିଲେ । ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଜିଲ୍ଲାପାଳ, କୋରାପୁଟ ଶ୍ରୀ ଭି. କୀର୍ତ୍ତି ୱାସନ, ଅଧ୍ୟକ୍ଷ, ପୌରପାଳିକା, କୋରାପୁଟ ଶ୍ରୀ ଲଲାଟ ରଞ୍ଜନ ସେଠୀ, ଅତିରିକ୍ତ ଜିଲ୍ଲାପାଳ, ଶ୍ରୀମତୀ ଆଲୋମଣି ସେଠୀ, ଉପଜିଲ୍ଲାପାଳ ଶ୍ରୀ ବେଣୁଧର ଶବର ଯୋଗଦାନ କରିଥିଲେ ଏଥି ସହିତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଏହି କାର୍ୟ୍ୟକ୍ରମରେ ଯୋଗଦାନ କରିଥଲେ । ଏହି କାର୍ୟ୍ୟକ୍ରମରେ ୬ ଜଣ ଭିନ୍ନକ୍ଷମ ଏବଂ ବରିଷ୍ଠ ନାଗରିକଙ୍କୁ ସାମାଜିକା ସୁରକ୍ଷା ଭତ୍ତା ପ୍ରଦାନ କରାଯାଇଥିଲା । ଏହା ସହିତ ସୁଶ୍ରୀ କେ. ହ୍ରିତିକା, ଜୟପୁରଙ୍କୁ ଭିନ୍ନକ୍ଷମ ପିତାମାତାଙ୍କ ସନ୍ତାନ ସନ୍ତତିଙ୍କ ପାଇଁ ଉଚ୍ଚଶିକ୍ଷା ଅନ୍ତର୍ଗତ ଯୋଜନାରେ ଟ.୫୦,୦୦୦/- ଙ୍କା ପ୍ରତ୍ସାହନ ଅର୍ଥରାଶି ପ୍ରଦାନ କରାଯାଇଥିଲା । ଏହା ସହିତ, ଲମତାପୁଟ ଏବଂ ବୈପାରୀଗୁଡା ବ୍ଲକ ଅନ୍ତର୍ଗତ ବନମାଳିପୁଟ, ତୁସୁବା, ଚିପାକୁର, ଓ ଦଣ୍ଡାବାଡି ଗ୍ରାମ ପଞ୍ଚାୟତର ୧୨ ହିତାଧିକାରୀଙ୍କୁ ଜଙ୍ଗଲଜମି ପଟ୍ଟା ପ୍ରାଦନ କରାଯାଇଥିଲା ଏବଂ ପରିଶେଷରେ ମୁଖ୍ୟମନ୍ତ୍ରୀ ଜନଜାତି ଜିବିକା ମିଶନ ଅନ୍ତର୍ଗତ ଜନଜାତି ଯୁବାଲଘୁ ଉଦ୍ୟୋଗୀସ୍ମ ଅନ୍ତର୍ଗ୍ତ ସେମଳିଗୁଡା ଏବଂ ନନ୍ଦପୁର ତହସିଲ ଅନ୍ତର୍ଗତ ପିତାଗୁଡା, ରାଜପଲମା, ପରଜାମୁଠାଇ, ଚାରାଙ୍ଗୁଲ, ବିଲାପୁଟ, ନନ୍ଦକା, ପାନ୍ଥଲୁଙ୍ଗ ଏବଂ ଗଲୁରୁ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ୧୦ ହିତାଧିକାରୀଙ୍କୁ ଟ.୧୦୦୦୦୦/-ଙ୍କ ଲେଖାଏଁ ଚେକ୍ ପ୍ରଦାନ କରାଯାଇଥିଲା । ଏହି କାର୍ୟ୍ୟକ୍ରମକୁ ଜିଲ୍ଲା ସୂଚ଼ନା ଓ ଲୋକସମ୍ପର୍କ ଅଧିକାରୀ, କୋରାପୁଟ, ଶ୍ରୀ ସ୍ୱରାଜ ଶିସା, ଶ୍ରୀ ସତ୍ୟ ନାରାୟଣ ପ୍ରଧାନ ଏବଂ ଜିଲ୍ଲା ପ୍ରସାସନର କର୍ମଚାରୀ ଏହି କାର୍ୟ୍ୟକ୍ରମକୁ ଆୟୋଜନ ଓ ପରିଚାଳାନା କରିଥିଲେ ।