ସୁଶୀଳାବାଳା କରଙ୍କ ସ୍ମୃତିଚାରଣ ସଭା
ବନ୍ତ,(ଯୁଗାବ୍ଦ ନ୍ୟୁଜ୍) : ବନ୍ତ ବ୍ଲକ ଟିଲୋ ପଞ୍ଚାୟତ ଭୁବନେଶ୍ୱରପୁର ଶାସନ ଗ୍ରାମର ତଥା ମହତାବ ମଇ ବିଦ୍ୟାଳୟର ପୂର୍ବତନ ଶିକ୍ଷକ ସ୍ୱର୍ଗତ ନାରାୟଣ ପ୍ରସାଦ କରଙ୍କ ଧର୍ମପତ୍ନୀ ସୁଶୀଳାବାଳା କରଙ୍କ ଏକାଦଶାହ ଅବସରରେ ଶୁକ୍ରବାର ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ସମାଜସେବୀ ତ୍ରିଲୋଚନ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ପୂର୍ବତନ ଆଇନଜୀବି ରାଧାନାଥ ସାହୁ, ସରପଞ୍ଚ ଗୋପାଳ ଚନ୍ଦ୍ର ପଣ୍ଡା, ଅବସରପ୍ରାପ୍ତ ଶିକ୍ଷକ ଶରତ ଚନ୍ଦ୍ର ମିଶ୍ର, ବରିଷ୍ଠ ସାମ୍ବାଦିକ ପତଞ୍ଜଳୀ କରଶର୍ମା, ଶରତ ଚନ୍ଦ୍ର କରଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇ ସ୍ୱର୍ଗତ କରଙ୍କ ଅବିସ୍ମରଣୀୟ ସ୍ମୃତି ସଂପର୍କରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମରେ ବିଷ୍ଣୁ ଚରଣ ପଣ୍ଡା, ଉମେଶ ପ୍ରସାଦ କର, ରମେଶ ପ୍ରସାଦ କରଙ୍କ ସମେତ ଅନ୍ୟ ମାନେ ସହାୟତା କରିଥିଲେ ।