ସୁସ୍ଥ ହେଲେ ଯାଜପୁର ର ୩୧ଜଣ କରୋନା ଆକ୍ରାନ୍ତ

ଯାଜପୁର,(ଓ୍ବାଇଏନ୍ଏସ୍):ସୁସ୍ଥ ହେଲେ ଯାଜପୁର ର ୩୧ଜଣ କରୋନା ଆକ୍ରାନ୍ତ । ଜିଲ୍ଲାର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୪ ଥିବା ବେଳେ ବର୍ତ୍ତମାନ ୩୧ ଜଣ ଆକ୍ରାନ୍ତ ସକ୍ରିୟ ଅଛନ୍ତି । ପୂର୍ବରୁ ଦୁଇ ଜଣ ସୁସ୍ଥ ହୋଇ ଘରକୁ ଫେରିଥିଲେ । ଆଜି ୩୧ଜଣ ସୁସ୍ଥ ଆକ୍ରାନ୍ତଙ୍କ ମଧ୍ୟରୁ ୧୪ ଜଣ ଦଶରଥପୁର କଟିକଟା ଅଞ୍ଚଳର ଭୁବନେଶ୍ୱରସ୍ଥିତ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ବାକି ୧୭ ଜଣ କଳିଙ୍ଗନଗରସ୍ଥିତ ଟାଟା ମେଡିକା କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ୩୧ଜଣ ସୁସ୍ଥ ଆକ୍ରାନ୍ତଙ୍କୁ କୋଭିଡ ହସ୍ପିଟାଲରୁ ଡିସଚାର୍ଜ ପରେ ଏନ ସି କଲେଜ ପରିସରରେ ଥିବା କୋଭିଡ କେୟାର ସେଣ୍ଟରରେ ରଖାଯିବା ପରେ ସେମାନଙ୍କ ଘରକୁ ଛଡ଼ାଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ